ଋଷକୁ ଫ୍ରାନ୍ସର ଚେତାବନୀ, କହିଲେ- ପୁଟିନ ଭୁଲନ୍ତୁନି କି NATO ପାଖରେ ଅଛି ପରମାଣୁ ଅସ୍ତ୍ର

ମେସ୍କୋ ୨୫/୦୨: ଋଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ବ୍ଲାଦିମିର୍‌ ପୁଟିନ୍‌  ୟୁକ୍ରେନ୍‌ ଉପରେ ଆକ୍ରମଣକୁ ନେଇ  ବୈଷୟିକ ସ୍ଥରରେ ଚିନ୍ତା  ବଢ଼ୁଛି।  ଆଗକୁ ଆହୁରି ବଡ଼ ଧରଣର ଅଶାନ୍ତି ଓ ଅସ୍ଥିରତା  ଆଶଙ୍କା କରାଯାଉଛି।  ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ବଡ଼ ବଡ ଦେଶ ଏହାକୁ ଘୋର ନିନ୍ଦା କରୁଛନ୍ତି।  

ଏହାରି ଭିତରେ  ଫ୍ରାନ୍ସ  ଋଷକୁ  ଚେତାବହନୀ ଦେଇଛି।  ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜ୍ୟା  ୟବେସ୍‌ ଲେ ଡ୍ରିୟନ୍‌ ଗୁରୁବାରକୁ କହିଛନ୍ତି କି,  ଋଷ୍ ରାଷ୍ଟ୍ରପତି  ବ୍ଲାଦମିର୍‌ ପୁତିନ୍‌ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଧମକ ଦେଇଛନ୍ତି। କିନ୍ତୁ ସେ ଏହା ନ ଭୁଲନ୍ତୁ ଯେ,  ଅନ୍ୟଦେଶ ପାଖରେ ବି ପରମାଣୁ ହତିୟାର୍‌ ଅଛି।

ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମରେ ପୁତିନଙ୍କ ପରମାଣୁ ଅସ୍ତ୍ର ବ୍ୟବହାରକୁ ନେଇ ପ୍ରଶ୍ନ କରିବାକୁ ସେ କହିଛନ୍ତି, ଋଷ ରାଷ୍ଟ୍ରପତି ବ୍ଲାଦମିର୍‌ ପୁତିନଙ୍କୁ ବି ଏହା ବୁଝିବାକୁ ପଡ଼ିବ ଯେ, (NATO) ଏକ ପରମାଣୁ ସଙ୍ଗଠକ। ଆଉ କେତେବେଳେ କିଛି ବି ହୋଇପାରେ।

ସୂଚନା ଅନୁସାରେ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ ବିରୋଧରେ ସାମାରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ରୁଷ ସୈନ୍ୟମାନେ ୟୁକ୍ରେନ ଭିତରେ ପଶି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅନେକ  ସୈନିକଙ୍କ ସମେତ ସାଧାରଣ ଲୋକେ ବି ଆହତ ହୋଇଛନ୍ତି।    

ଆମେରିକା ସମେତ ଅନେକ ଦେଶଗୁଡ଼ିକ ଋଷର ଏହି ଯୁଦ୍ଧ ପ୍ରସ୍ତାବକୁ ରାଜି ନଥିଲେ। ଏହାକୁ ନେଇ କିଚି ମାସ ପର୍ଯ୍ୟନ୍ତ ଚିନ୍ତା ବି ଲାଗି ରହୁଥିଲା। ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ  ଆମେରିକା ଋଷ ଉପରେ ପ୍ରତି ବନ୍ଧକ ଲଗେଇଛି।

ଅନ୍ୟପଟେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ରାଷ୍ଟ୍ରପତି ବ୍ଲାଦିମିର୍‌ ପୁତିନଙ୍କ ସହ ଫୋନରେ କଥା ହୋଇଛନ୍ତି। ଆଉ ତାଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି।

Spread the love