ଏମ୍‌ସରେ ମିଳିବ ମାଗଣା ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର ଏମ୍‌ସରେ ମାଗଣାରେ ମିଳିବ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା। ଏହି ସେବା ରସନକାର୍ଡ଼ ଧାରୀ ଓ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଉପଲବ୍ଧ ହେବ। ଏମ୍‌ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ଏହି ସୂଚନା ଦେଇଛନ୍ତି। ସୂଚନାରୁ ପ୍ରକାଶ, ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ବ୍ୟୟବହୁଳ ଇକ୍‌ମୋ ଚିକିତ୍ସା ଆବଶ୍ୟକ ହେଉଥିଲା। ଯେଉଁଥିପାଇଁ ଓଡ଼ିଶାରୁ ବହୁ ଗୁରୁତର ରୋଗୀ କୋଲକାତା, ଚେନ୍ନାଇ ପରି ସହରରେ ଥିବା ମେଡିକାଲ୍‌କୁ ଏୟାଲିଫ୍ଟି ହୋଇଥିଲେ। ରାଜ୍ୟରେ ଆବଶ୍ୟକତା ଦେଖି ସରକାର ଏସ୍‌ସିବି ବଡ଼ ମେଡିକାଲ୍‌, କ୍ୟାପିଟାଲ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ଇନ୍‌ଷ୍ଟଲ କରିଥିଲେ। ସେହିପରି ଏମ୍‌ସରେ ମଧ୍ୟ ଇକ୍‌ମୋ ମେସିନ୍‌ ଲାଗିଥିଲା। ଜୁଲାଇ ୧୫ ତାରିଖରୁ ଏମ୍‌ସରେ କାର୍ଯ୍ୟକ୍ଷମ ଇକମୋ କାର୍ଯ୍ୟକ୍ଷମ ହେଉଛି। ଏହାଦ୍ୱାରା ଲାଇଫ୍‌ ସପୋଟ୍‌ ଆବଶ୍ୟକ ହେଉଥିବା ରୋଗୀଙ୍କୁ ଆଉ ବ୍ୟୟବହୁ ଏୟାଏଫ୍ଟି କରିବାକୁ ପଡ଼ିବ ନାହିଁ ବୋଲି ଅନୁମାନ କରାଯାଉଛି।

ସେପଟେ ଭୁବନେଶ୍ୱର ଏମ୍‌ସକୁ ଆଉ ଏକ ସଫଳତା ମିଳିଛି। ଏକ ଘଣ୍ଟାରେ ପ୍ରସ୍ତୁତ ହୋଇଛି ଆଇସିୟୁ। ଏମ୍‌ସ ନିର୍ଦ୍ଦେଶିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରାୟ ୩୦ ଡାକ୍ତର ଓ ନର୍ସ ଆଇସିୟୁ ପ୍ରସ୍ତୁତ କରି ଚିକିତ୍ସା ଆରମ୍ଭ କରିଛନ୍ତି।

ଗତ ୧୯ ତାରିଖରେ ଖୋର୍ଦ୍ଧା ଗମ୍ଭାରୀମୁଣ୍ଡା ଗାଁରେ ଗ୍ଲାସ୍‌ ସିଲିଣ୍ଡର ଫାଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ପରେ ତୁରନ୍ତ ଆରମ୍ଭ ହୋଇଥିଲା ପ୍ରୟାସ। ସେମାନଙ୍କ ଚିକିତ୍ସା ପାଇଁ ଏକ ଘଣ୍ଟାରେ ପ୍ରସ୍ତୁତ କରାଯାଇଥିଲା ଆଇସିୟୁ। ତା’ପରେ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଏବେବି ୪ ଗୁରୁତରଙ୍କର ସେଠାରେ ଚିକିତ୍ସା ଚାଲିଛି।

Spread the love