ଚୈତ୍ର ଅମାବାସ୍ୟାରେ ହେବ ଦୋଷରୁ ମୁକ୍ତ

ଆସନ୍ତା କାଲି ହେଉଛି ଚୈତ୍ର ଅମାବାସ୍ୟାର ତିଥି ଯାହା ମାର୍ଚ୍ଚ ୩୧ ତାରିଖ ରାତି ୧୨ .୨୨ ରୁ ଆରମ୍ଭ ହୋଇ ୧ ଏପ୍ରିଲ ସକାଳ ୧୧ :୫୩ ରେ ଶେଷ ହେଉଛି। ଶାସ୍ତ୍ର ଅନୁଯାୟୀ, ଅମାବାସ୍ୟା ପାଇଁ ସ୍ନାନ ଏବଂ ଦାନ ସୂର୍ଯ୍ୟୋଦୟ ପରଠାରୁ କରାଯାଇଥାଏ। ଏଭଳି ପରିସ୍ଥିତିରେ ଚୈତ୍ର ଅମାବାସ୍ୟା ପାଇଁ ସ୍ନାନ ଆଉ ଦାନ ୧ ଏପ୍ରିଲ ରେ କରାଯିବା ର ବିଧି ରହିଛି। ନବରାତ୍ରୀ ବ୍ରତ ପାଇଁ କଳସ ସ୍ଥାପନ ଏହି ସମୟରେ କରନ୍ତୁ।ସେହିଭଳି କାଳ ସର୍ପ ଦୋଷ ଦୋଷ ଏବଂ ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଅମାବାସ୍ୟା ରେ କିଛି ବିଶେଷ ସଂଯୋଗ ପଡୁଛି ତାହା ଆସନ୍ତୁ ଜାଣିବା –

କାଳସର୍ପ ଦୋଷ ଓ ପିତୃ ଦୋଷ ରୁ ମୁକ୍ତି : ଚୈତ୍ର ଅମାବାସ୍ୟା ଦିନ ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା କାଳସର୍ପ ଦୋଷ ରୁ ମୁକ୍ତି ମିଳିଥାଏ। ଏହି ଦିନ ଶିବ ମନ୍ଦିରରେ ରୁଦ୍ରବିଷେକ କରିବା ସହିତ ଶିବଲିଙ୍ଗ ରେ ମିଶ୍ରି ମିଶ୍ରିତ କ୍ଷୀର ଢ଼ାଳନ୍ତୁ। ଭଗବାନ ଶଙ୍କର ଙ୍କ କୃପାରୁ କାଳ ଦୋଷ ରୁ ମୁକ୍ତି ମିଳିଥାଏ।

ଚୈତ୍ର ଅମାବାସ୍ୟା ଦିନ କୌଣସି ପବିତ୍ର ନଦୀରେ ସ୍ନାନ କରିବା ପରେ ରୂପା ନିର୍ମିତ ନାଗ ,ନାଗୁଣୀ ଙ୍କୁ ପୂଜା କରି ସେହି ନଦୀ ଜଳରେ ଭସାଇ ଦିଅନ୍ତୁ। ବିଶ୍ୱାସ ରହିଛି ଯେ କାଳ ସର୍ପ ଦୋଷ ରୁ ମୁକ୍ତି ମିଳିଥାଏ।

ଏହା ବ୍ୟତୀତ ଚୈତ୍ର ଅମାବାସ୍ୟା ଦିନ ଶିବ ତାଣ୍ଡବ ସ୍ତୋତ୍ର ପଢନ୍ତୁ। ଏହା ମଧ୍ୟ କାଳ ସର୍ପ ଦୋଷ ରୁ ମୁକ୍ତି ଦେଇଥାଏ। ଏହିଦିନ ର।ହୁ ଙ୍କ ଅଶୁଭ ଦୃଷ୍ଟି ରୁ ମୁକ୍ତି ପାଇବା ପାଇଁ କୌଣସି ଶିବ ମନ୍ଦିର ଯାଇ ପୂଜା କରଲେ ରିଷ୍ଟ ଖଣ୍ଡନ ହେବ।

ଚୈତ୍ର ଅମାବାସ୍ୟା ରେ ପଡୁଛି ଏହି ବିଶେଷ ସଂଯୋଗ : 

ପଞ୍ଚାଙ୍ଗ ଅନୁଯାୟୀ ଅମାବାସ୍ୟା ଦିନ ସକାଳେ ବ୍ରହ୍ମ ଯୋଗ ସୃଷ୍ଟି ହେଉଛି।ଏହା ବ୍ୟତୀତ ଇନ୍ଦ୍ର ଯୋଗର ମଧ୍ୟ ଏକ ବିରଳ ସଂଯୋଗ ଘଟୁଛି। ସାରଳା ସିଦ୍ଧ ଯୋଗ ଏବଂ ଅମୃତ ସିଦ୍ଧ ଯୋଗ ମଧ୍ୟ ସକାଳ ୧୦ .୪୦ ରୁ ପଡୁଛି ଏହି ଯୋଗଗୁଡ଼ିକରେ ଯେ କୌଣସି ଶୁଭ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ। ଏହା ସହିତ, ଚୈତ୍ର ଅମାବାସ୍ୟା ରେ ଭାଦ୍ରପଦ ଏବଂ ରେବତୀ ନକ୍ଷତ୍ରର ମିଳନ ହେଉଛି।

Spread the love