ସଇଁତଳା ପଞ୍ଚାୟତ ସମିତି ହାଇସ୍କୁଲ ୧୯୮୨ ଵ୍ୟାଚ ବନ୍ଧୁମିଳନ

ସଇଁନ୍ତଲା: ସଇଁନ୍ତଲା ବ୍ଲକ କେରମେଲି ପଞ୍ଚାୟତ ଅନ୍ତର୍ଗତ ନର୍ସରୀ ଠାରେ ପଞ୍ଚାୟତ ସମିତି ହାଇସ୍କୁଲ, ସଇଁତଳା ର ୧୯୮୨ମାଟ୍ରିକ ବ୍ୟାଚ ର ଏକ ବନ୍ଧୁମିଳନ ପଲ୍ଲୀଶ୍ରୀ ଏଚ.ଏସ ସ୍କୁଲ ସିନ୍ଧେକେଲା ର ଅଧ୍ୟକ୍ଷ ପ୍ରମୋଦ କୁମାର ରଥ ଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ପ୍ରଶାନ୍ତ କୁମାର ବଗର୍ତ୍ତି ଓ ଆଇନଜୀବୀ ମନୋଜ ପୃଷେଷ୍ଠ ସଂଯୋଜନା କରିଥିଲେ।

ବ୍ୟଙ୍ଗ କବି ପ୍ରମୋଦ ବୈଠାରୁଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ଦିବଂଗତ ସାଥୀ ଙ୍କ ଆତ୍ମା ର ସଦ୍ ଗତି ନିମନ୍ତେ ଦୁଇମିନିଟ ନୀରବ ପର୍ଥାନା କରା ଯାଇଥିଲା। ଆଗାମୀ ବନ୍ଧୁମିଳନ ରେ ଯେପରି ଅଧିକରୁ ଅଧିକ ବନ୍ଧୁ ସାମିଲ ହୋଇ ପାରିବେ ସେ ନେଇ ଆଲୋଚନା କରାଯିବା ସହିତ ସମସ୍ତେ ବିଗତ ଦିନର ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରୋଜ କୁମାର ବେହେରା, କୈଳାଶ ଅଗ୍ରୱାଲ,ସନ୍ତୋଷ ସ୍ବାଇଁ , ଲିଙ୍ଗରାଜ ଭୋଇ, ଅଶୋକ ସାହୁ, ସୁମନ୍ତ ବଗର୍ତ୍ତି,ସତ୍ୟ କୁମ୍ଭାର, ସଚ୍ଚିକାନ୍ତ ମୁନା, ଝସକେତନ ମୁନା,ବିଜୟ ରଣା, ବିରେନ୍ଦ୍ର ସାହୁ, ଶ୍ରୀବତ୍ସ ବାରିକ, ପ୍ରସନ୍ନ ଭୋଇ, ମନୋହର ରଣା, ଲାବଣ୍ୟ ବଗର୍ତ୍ତି ,ନିମାଇ ପଣ୍ଡା, କ୍ଷମାନିଧି ସାହୁ ପ୍ରମୁଖ ଉପସ୍ଥିତି ଥିଲେ। ଶେଷରେ ତିଲକ ଚାନ୍ଦ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love