ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର

ଭକ୍ତଙ୍କ ପାଇଁ ଖୁସି ଖବର । ଆଜିଠୁ ପ୍ରତ୍ୟେକ ରବିବାର ଖୋଲାରହିବ ଶ୍ରୀମନ୍ଦିର । କୋଭିଡ୍‌ ପାଇଁ ଦୀର୍ଘ ୨ ବର୍ଷ ହେବ ଦର୍ଶନରେ କଟକଣା ଥିଲା । ପୂର୍ବରୁ ସପ୍ତାହରେ ୬ ଦିନ ମହାପ୍ରଭୁଙ୍କ ଦର୍ଶନ ଅନୁମତି ଥିଲା । କୋଭିଡ୍‌ କଟକଣା ଯୋଗୁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହ ମନ୍ଦିର ପରିସରକୁ ସାନିଟାଇଜ୍‌ କରାଯାଉଥିଲା। ଏହା ଛଡା ରବିବାର ଛୁଟି ଦିନରେ ପ୍ରବଳ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ କୋଭିଡ୍‌ ସ୍ଥିତିରେ ସୁଧାର ଆସିବା ପରେ ଆଜିଠୁ ରବିବାର ଦର୍ଶନ ଆରମ୍ଭ ହୋଇଛି। ଏବେ ଭକ୍ତ ସପ୍ତାହରେ ୭ ଦିନ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

Spread the love