ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ଦିନ : ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା

ସତ୍ୟଦ୍ରଷ୍ଟା: ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଶେଷ ଦିନ । ସକାଳ ୯ା ଭିତରେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ବିଶ୍ୱ ନେତା । ଦିନ ସାଢେ ୧୦ ଟାରେ ଭାରତ ମଣ୍ଡପମରେ ହେବ ତୃତୀୟ ବୈଠକ । ୱାନ ଫୁଚର ଉପରେ ହେବ ଆଲୋଚନା । ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ନେତାମାନେ ଆଜି ସକାଳେ ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ରହିଛି । ମୋଟ ଉପରେ ୧୭୦ ଜଣ ଅତିଥି ଭାରତ ମଣ୍ଡପମରେ ଯୋଗ ଦେଇଛନ୍ତି ।

ସେପଟେ, ଜି-୨୦ ସମ୍ମଳିନୀର ପ୍ରଥମ ଦିନରେ ଭାରତର କୂଟନୈତିକ ବିଜୟ ହୋଇଛି । ନୂଆଦିଲ୍ଲୀର ଘୋଷଣାପତ୍ରକୁ ୧୦୦ ପ୍ରତିଶତ ମଞ୍ଜୁରୀ ମିଳିଛି । ଦିର୍ଘ ୧୫୦ ଘଂଟାର ଆଲୋଚନା ପରେ କାଳ ଆଲୋଚନା ପରେ ୟୁକ୍ରେନ ବିବାଦକୁ ନେଇ ରହିଥିବା ଘୋଷଣାନାମା ଉପରେ ସହମତି ପ୍ରକାଶ କରିଛନ୍ତି । ବିଶ୍ୱରେ ବିଶ୍ୱାସର ସଙ୍କଟ କଥା କହି ଜି-୨୦ରୁ ସବକା ସାଥ ସବକା ବିକାଶର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କାର୍ଯ୍ୟକ୍ରମକୁ ପସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ସମ୍ବୋଧନରେ ଜି-୨୦ ସମ୍ମିଳନୀ ଫଳପ୍ରଦ ହେବ ବୋଲି ବିଶ୍ୱାସ ରହିଛି । ମହାମାରୀ କେରୋନା ପରେ ବିଶ୍ୱରେ ବିଶ୍ୱାସର ଅଭାବ ଦେଖାଦେଇଛି । ୟୁକ୍ରେନ ଯୁଦ୍ଧକୁ ଏହାକୁ ଅଧିକ ଘାତକ କରିଦେଇଛି । ଯଦି କରୋନାକୁ ହରାଇ ପାରିଲେ ତେବେ ଆପୋଷ ବୁଝାମଣାରେ ବିଶ୍ୱ ସଙ୍କଟକୁ ମଧ୍ୟ ଦୂରେଇ ପାରିବା ବୋଲି ଆହ୍ୱାନ ଦେଇଛନ୍ତି ମୋଦୀ । ୟୁକ୍ରେନରେ ଶାନ୍ତି ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱନ ଦେଇଛନ୍ତି । ଆଜି ଦ୍ୱିତୀୟ ତଥା ଶେଷ ଦିନରେ ବିଭିନ୍ନ ନେତାଙ୍କ ସହ ମୋଦୀଙ୍କ ଆଲୋଚନା ରହିଛି ।

ଜି-୨୦ରେ ସାମିଲ ହେଲା ଆଫ୍ରିକା ୟୁନିୟନ । ଜି-୨୦ ସମ୍ମିଳନୀରେ ପ୍ରଥମ ଦିନରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସ୍ଥାୟୀ ସଦସ୍ୟଭାବେ ଆଫ୍ରିକା ୟୁନିୟନ ନାଁ ଘୋଷଣା କରିଥିଲେ ମୋଦୀ । ଆଫ୍ରିକା ୟୁନିୟନ ଜି-୨୦ରେ ସାମିଲ ହେବା ପରେ ଆଗାମୀ ସଂସ୍କରଣରେ ଜି-୨୧ ଭାବେ ଏହି ସମ୍ମିଳନୀ ଭାବେ ଜଣାଯିବ । ବର୍ତମାନ ଭାରତ, ଆମେରିକା, ରୁଷ, ଚୀନ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ବ୍ରାଜିଲ, ଆର୍ଜେଟିନା, ଜର୍ମାନୀ, ମେକ୍ସିକୋ, ଫ୍ରାନ୍ସ, ଅଷ୍ଟ୍ରେଲିଆ. ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା , ତୁର୍କୀ, ଇଂଲଣ୍ଡ, କାନାଡ, ଦକ୍ଷିଣ କୋରିଆ ଏବଂ ୟୁରୋପୀୟ ସଂଘ ସଦସ୍ୟ ଅଛନ୍ତି ।

ଅନ୍ୟପକ୍ଷରେ ଭାରତ ବନାମ ଇଣ୍ଡିଆ ନାଁକୁ ନେଇ ଦେଶରେ ଚାଲିଛି ବିବାଦ । ଏହି ବିବାଦ ଭିତରେ ମୋଦି ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଜି-୨୦ ସମ୍ମିଳନୀରେ ଯୋଗ ଦେଉଥିବା ବିଶ୍ୱସ୍ତରୀୟ ନେତାଙ୍କ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ନିମନ୍ତଣ ପତ୍ରରେ ଭାରତ ଲେଖା ଘଟଣାକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏବେ ଏବେ ଜି ୨୦ କଂଟ୍ରି ନେମ ପ୍ଲେଟରେ ପୁଣି ଥରେ ଇଣ୍ଡିଆ ସ୍ଥାନରେ ଭାରତ ଲେଖା ଦେଖିବାକୁ ମିଳିଛି ।

ଅର୍ଥାତ ବିଶ୍ୱନେତାଙ୍କ ସମ୍ମୁଖରେ ନିଜକୁ ଇଣ୍ଡିଆ ନୁହେଁ ଭାରତର ପ୍ରଧାନମନ୍ତ୍ରୀ ରୁପରେ ପରିଚିତ କରାଇଛନ୍ତି ମୋଦୀ । ସେହିଭଳି ଜି-୨୦ ପୁସ୍ତିକାରେ ଇଣ୍ଡିଆ ଶଦ୍ଧ ନଥିବାବେଳେ କେବଳ ଭାରତ ଶଦ୍ଧର ବ୍ୟବହାର କରାଯାଇଛି । ଶୀର୍ଷକ ଲେଖା ରହିଛି ‘ଭାରତ-ଦ ମଦର ଅଫ ଡେମାକ୍ରେସି’ । ମିଳିତ ଜାତିସଂଘ କହିଛି ଯଦି ଭାରତ ସବୁ ଔପଚାରିକତା ପୂରା କରିବ ତେବେ ୟୁଏନ ରେକର୍ଡରେ ଦେଶର ନାଁ ଇଣ୍ଡିଆ ପରିବର୍ତେ ଭାରତ କରାଯିବ । ସମ୍ମିଳନୀରେ ଯୋଗ ଦେଇଥିବା ମିଳିତ ଜାତିସଂଘର ମହାସଚିବଙ୍କ ମୁଖପାତ୍ର ଷ୍ଟିପେନ ଡୁଜାରିକ ସ୍ପଷ୍ଟ କରିଛନ୍ତି ।

Spread the love