ଜି୨୦ ୱେଲକମ ‌ଷ୍ଟେଜର ପଛପାର୍ଶ୍ବରେ ଥିବା କୋଣାର୍କ ଚକ୍ର ଦେଉଛି ଏଭଳି ବାର୍ତ୍ତା

ନୂଆଦିଲ୍ଲୀ: ‘ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ’ ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦପ୍ରଦ ହେବ। ଆପଣମାନଙ୍କୁ ଧନ୍ୟବାଦ। ଭାରତର ‘ଜି୨୦’ ଅଧ୍ୟକ୍ଷତା ଆଉ ଅଢ଼େଇ ମାସ ବାକି ଅଛି। ଚାଲନ୍ତୁ, ନଭେମ୍ବର ମାସରେ ‘ଜି୨୦’ର ଏକ ଭର୍ଚ୍ୟୁଆଲ୍‌ ଅଧିବେଶନ ଆୟୋଜନ କରିବା କହି ଆଜି ‘ଭାରତ ମଣ୍ଡପମ୍’ରେ ସମ୍ମିଳନୀ ଉଦ୍‌ଯାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋ ଦୀ ‘ଜି୨୦ ଶିଖର ସମ୍ମିଳନୀ’ ସମାପ୍ତି ଘୋଷଣା କରିଛନ୍ତି। ଏହି ସମାପ୍ତି ଘୋଷଣା ପରେ ବିଶ୍ବରେ ଜି୨୦ ସମିଟର ଚର୍ଚ୍ଚା ଜୋର ଧରିଛି। ଏଥିସହିତ ଏମିତି ୫ଟି ଜିନିଷ ଜି୨୦କୁ ନେଇ ରହିଛି ଯାହାକୁ ନେଇ ବି ଚର୍ଚ୍ଚା ହେଉଛି। ଏଥିରେ ରହିଛି ନଟରାଜଙ୍କ ବିଶାଲ ମୂର୍ତ୍ତି, କୋଣାର୍କ ଓ ନାଳନ୍ଦାର ଝଲକ, କଣ୍ଟ୍ରି ପ୍ଲେଟରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଓ ସାବରମତୀ ଆଶ୍ରମ। ଏହି ୫ଟି ଜିନିଷରେ ୫ଟି ବାର୍ତ୍ତା ଲୁଚି ରହିଛି। ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି…

ଭାରତ ମଣ୍ଡପମ୍’ର କନଭେନସନ ହଲର ପ୍ରବେଶ ଦ୍ବାରରେ ୨୮ଫୁଟ ଉଚ୍ଚର ନଟରାଜଙ୍କ ମୂର୍ତ୍ତି ଲଗା ଯାଇଥିଲା। ନଟରାଜଙ୍କ ମୂର୍ତ୍ତିରେ ଭଗବାନ ଶିବ ନୃତ୍ୟ କରୁଥିବା ନଜର ଆସୁଥିବା ବେଳେ ଗୋଟିଏ ଗୋଡ଼ରେ ସେ ରାକ୍ଷାସକୁ ମାଡ଼ି ବସିଥିବା ଦେଖିବାକୁ ମିଳୁଛି। ଏ ଦୃଷ୍ଟିରୁ କୁହାଯାଇପାରେ ଯେ ଏହି ମୂର୍ତ୍ତି ନକରାତ୍ମକକୁ ନାଶ କରିବା ସହିତ ନୃତ୍ୟ ଜରିଆରେ ସକରାତ୍ମକ ଉର୍ଜାର ସଞ୍ଚାର କରିବାର ବାର୍ତ୍ତା ଦେଉଛି।

ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ଥିବା ପୃଷ୍ଠଭୂମି ସମ୍ମୁଖରେ ସ୍ବାଗତ କରିବା ସହିତ କରମର୍ଦ୍ଦନ କରିଥିଲେ।

ଏହି ୱେଲକମ ଷ୍ଟେଜର ପଛପାର୍ଶ୍ବରେ ଥିବା ଓଡ଼ିଶାର କୋଣାର୍କ ଚକ୍ର ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦେଉଛି। କୋଣାର୍କ ଚକ୍ରକୁ ୧୩ତମ ଶତାରଦ୍ଦୀରେ ରାଜା ନରସିଂହଦେବ-ପ୍ରଥମଙ୍କ ଶାସନ ସମୟରେ ନିର୍ମିତ କରାଯାଇଥିଲା। କୋଣାର୍କ ଚକ୍ରକୁ ଜାତୀୟ ପତାକାରେ ବି ବ୍ୟବହାର କରାଯାଇଛି।
କୋଣାର୍କ ଚକ୍ର କ୍ରମାଗତ ବଢ଼ୁଥିବା ସମୟର ଗତ ସମେତ ପ୍ରଗତି ଓ ନିରନ୍ତର ପରିବର୍ତ୍ତନର ପ୍ରତୀକ। ଏହା ଗଣତନ୍ତ୍ରର ଚକ୍ରର ଏକ ଶକ୍ତିଶାଳୀ ପ୍ରତୀକ ଭାବରେ କାର୍ଯ୍ୟ କରେ । ଏହି କୋଣାର୍କ ଚକ୍ର ବ୍ୟାଖ୍ୟା କରେ ଯେ କିପରି ଭାବରେ ସମଗ୍ର ବିଶ୍ୱ ସୂର୍ଯ୍ୟଙ୍କ ଶକ୍ତିରେ ଚାଲିଥାଏ।

Spread the love