ଦିନିକିଆ ଗଜପତି ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ : ବିଭିନ୍ନ ସ୍କୁଲ ପରିଦର୍ଶନ, ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର କଲେ ସମୀକ୍ଷା

ଗଜପତି ୧୯।୮: ଦିନିକିଆ ଗଜପତି ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସ । ଜିଲ୍ଲାର ବହୁ ପୁରାତନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବାଳକ ବିଦ୍ୟାଳୟ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବାଳିକା ବିଦ୍ୟାଳୟ ପରିଦର୍ଶନ କରି ସ୍କୁଲ ଖୋଲିବା ପରେ ସ୍ଥିତି ପରଖିଛନ୍ତି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ସଭାଗୃହରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ତେବେ ବହୁ ପୁରାତନ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବିଦ୍ୟାଳୟରେ ପାଦ ଦେଇ ନିଜକୁ ଧନ୍ୟ ମନେ ହେଉଛି, ଏହାପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି। ସରକାର ବିଦ୍ୟାଳୟଗୁଡିକ ସ୍ମାର୍ଟ ସ୍କୁଲରେ ପରିଣତ କରି ଶିକ୍ଷାର ମାନ ବୃଦ୍ଧି କରି, ଅତିଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।

Spread the love