ଗାଜର କେକ୍

ଆବଶ୍ୟକ ସାମଗ୍ରୀ : ମଇଦା, ବେକିଂ ପାଉଡର, ବେକିଂ ସୋଡା, ଗୁଜୁରାତି, ଜାଇଫଳ ପାଉଡର, ଗାଜର କୋରା, ଭଜା ହୋଇଥିବା ଡ୍ରାଏ ଫ୍ରୁଟ୍‌, ନଡିଆ କୋରା, କିସମିସ୍‌, ଚିନି, ତେଲ, ଅଣ୍ଡା, କ୍ରିମ, କ୍ରିମ ଚିଜ୍‌, ବଟର, ଭାନିଲା ଏସେନ୍ସ ।

ପ୍ରସ୍ତୁତି ପ୍ରଣାଳୀ:

– ପ୍ରଥମେ ଓଭାନକୁ 325 ଡିଗ୍ରୀ ତାପମାତ୍ରାରେ ଗରମ କରନ୍ତୁ । ଏହା ପରେ କିଛି ମଇଦା ଛିଞ୍ଚି ଦିଅନ୍ତୁ ।

– ଏବେ ଏକ ମାଧ୍ୟମ ଅକାରର ପାତ୍ରରେ ମଇଦା, ବେକିଙ୍ଗ ପାଉଡର, ବେକିଙ୍ଗ ସୋଡା଼, ଗୁଜୁରାତି ଗୁଣ୍ଡ, ନାଟମେଗ ସମେତ ସି ସଲଟ ଆଦିକୁ ମିଶାଇ ଦିଅନ୍ତୁ | ଏବେ ଆଉ ଏକ ବାଉଲରେ ଗାଜର, ୱାଲନଟ, ନଡ଼ିଆ ଓ କିସମିସ ଆଦିକୁ ମିଶାଇ ଦିଅନ୍ତୁ ।

– ଏବେ ଆଉ ଏକ ପାତ୍ରରେ ଗାଜର, ୱାଲନଟ, ନଡ଼ିଆ, କିସମିସ ଆଦିକୁ ଚିପୁଡ଼ି ଦିଅନ୍ତୁ ।

– ଆଉ ଏକ ପାତ୍ରରେ ଇଲେକ୍ଟ୍ରିକ ବିଟର ବ୍ୟବହାର କରି ଚିନି ଓ ତେଲ ଆଦିକୁ ମିଶାଇ ଦିଅନ୍ତୁ ।

– ସେଥିରେ ଅଣ୍ଡା ମିଶାନ୍ତୁ ନରମ ହେବା ଯାଏଁ ଛାଡି ଦିଅନ୍ତୁ । ସେଥିରେ ମଇଦା ମିଶାନ୍ତୁ ଭଲ ଭାବରେ ମିଶିବା ଯାଏଁ ଘାଟନ୍ତୁ ।

– ଏବେ ପ୍ରସ୍ତୁତ ହୋଇଥିବା ବାଟର ଦୁଇଟି ପାତ୍ରରେ ଭାଗ କରି ଦିଅନ୍ତୁ । ନିଜ ଓଭାନରେ 30 ରୁ 40 ମିନିଟ ଧରି ସେକି ଦିଅନ୍ତୁ । ମଝିରେ ମଝିରେ ଚେକ କରି ଦିଅନ୍ତୁ ।

– ପ୍ୟାନରୁ ବାହାର କରି 5 ମିନିଟ ପାଇଁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଧୀରେ ଧୀରେ ବାହାର କରି ନିଜ ପସନ୍ଦ ଅନୁସାରେ କ୍ରିମ ଦେଇ ସଜାଇ ଦିଅନ୍ତୁ ।

Spread the love