ଗାଜର ଚିପ୍ସ

ଆବଶ୍ୟକ ସାମଗ୍ରୀ

ଗାଜର –୨

ଚିଲ୍ଲି ଫ୍ଲେକ୍ସ-୧/୪ ଛୋଟ ଚାମଚ
ତେଲ – ୧ ବଡ ଚାମଚ
ରସୁଣ ପାଉଡର – ୧ ଛୋଟ ଚାମଚ
ଚାଟ୍‌ ମସଲା – ୧/୨ ଛୋଟ ଚାମଚ
ଲୁଣ – ସ୍ୱାଦାନୁସାରେ
ଅରିଗାନୋ – ୧ ବଡ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

ଗାଜରର ଚୋପା ଛଡାଇ ଧୋଇ ଦିଅନ୍ତୁ।
ଏବେ ଏହାକୁ କିଚେନ ଟାେଓ୍ଵଲରେ ସଫା କରି ପତଳା ପତଳା କରି କାଟି ଦିଅନ୍ତୁ।
ଏକଦମ୍‌ ଚିପ୍ସ ଆକାରର କାଟି ଦିଅନ୍ତୁ। ଯେମିତି ଏହା ଅଧିକ ପତଳା ହେବନି କି ମୋଟା ହେବନି।
ଏବେ ଏକ ପାତ୍ରରେ ଅରିଗାନୋ, ଚିଲ୍ଲି ଫ୍ଲେକ୍ସ, ଚାଟ ମସଲା, ଗୋଲମରୀଚ, ରସୁଣ ପାଉଡର, ଲୁଣ ଏବଂ ଏକ ଚାମଚ ତେଲ ପକାଇ ମିଶାଇ ଦିଅନ୍ତୁ।
ଏବେ ଏହି ମସଲାରେ ଗାଜରକୁ ମିକ୍ସ କରିଦିଅନ୍ତୁ।
ଗାଜରକୁ ବେକିଙ୍ଗ ଟ୍ରେରେ ରଖି ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ୧୮୦ ଡିଗ୍ରୀ ସେଲସିୟସରେ ବେକ କରିଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଗାଜର ଚିପ୍ସ। ଏହାକୁ ଆପଣ ଟମାଟୋ ସସ୍‌ ସହିତ ସର୍ଭ କରିଦିଅନ୍ତୁ।

Spread the love