ଗାଜର ଖିରି

ଆବଶ୍ୟକୀୟ ସାମଗ୍ରୀ:

  • ଗାଜର- କଟାଯାଇଥିବା ଅଧାକପ୍‌ ଗାଜର
  • ଘିଅ- ଏକ ଟେବଲସ୍ପୁନ୍‌
  • ଚିନି- ଏକ ଟେବୁଲସ୍ପୁନ୍‌
  • କିସମିସ୍‌- ୧୦ ଗ୍ରାମ
  • କାଜୁ- ୧/୪ କପ
  • ବାଦାମ- ୧/୪ କପ
  • ସଜାଇବା ପାଇଁ- କିଛି ପିସ୍ତା ଏବଂ କାଜୁ

ପ୍ରସ୍ତୁତ ପ୍ରଣାଳୀ:

ସର୍ବପ୍ରଥମେ ଗାଜରକୁ ଧୋଇ ଚାଞ୍ଚି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ଗାଜର ଛାଣି ପକାନ୍ତୁ। ଏହାପରେ ସେଥିରେ ଚିନି ପକାଇ ଅଳ୍ପ ଆଞ୍ଚରେ ରଖି ୪ ରୁ୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ମଝିରେ ମଝିରେ ଟିକିଏ ଗୋଳାନ୍ତୁ, ଯେପରି ଭଲଭାବେ ମିଶ୍ରଣ ହୋଇବ। ବିର୍ତ୍ତମାନ ଏବେ ଏହି ମିଶ୍ରଣରେ କ୍ଷୀର ପକାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ରଖନ୍ତୁ। ମଝିରେ ମଝିରେ ଏହାକୁ ମଧ୍ୟ ଟିକିଏ ଗୋଳାନ୍ତୁ। ଏବେ ମିଶ୍ରଣରେ ଗ୍ରାଇଣ୍ଡି ହୋଇଥିବା ଗୁରୁରାତି, କିସମିସ୍‌, କାଜୁ, ବାଦାମ ପକାଇ ୨ ରୁ ୩ ପର୍ଯ୍ୟନ୍ତ ରଖନ୍ତୁ। ଖିରି ହେବାପରେ ଏହାକୁ ଏକ ଗିନାରେ ବାଢି ସେଥିରେ ପିସ୍ତା ଏବଂ କାଜୁ ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ଆପଣଙ୍କ ଖିରି ପ୍ରସ୍ତୁତ ହୋଇସାରିଛି। ଏବେ ଆପଣଙ୍କର ଗରମ ଗରମ କ୍ଷୀରି ଏକଦମ୍‌ ରେଡି।

Spread the love