ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମୁହଁ ଖୋଲିଲେ ଗଜପତି ମହାରାଜା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ  ଗଜପତି ଦିବ୍ୟ ସିଂହଦେବ ମହାରାଜା କହିଲେେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ଐତିହ୍ୟ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ଗଜପତି ନିବେଦନ କରିଛନ୍ତି ।ଗଜପତି କହିଛନ୍ତି ଯେ, ‘ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ ।

ସମସ୍ତେ ମିଶି ପ୍ରକଳ୍ପ କାମକୁ ଆଗେଇ ନେବା ଉଚିତ୍ । ଯଦି କିଛି ସମସ୍ୟା ଅଛି, ଆପୋଷ ଆଲୋଚନରାରେ ସମାଧାନ କରାଯାଉ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ । ଶ୍ରଦ୍ଧାଳୁ ସମୂହଙ୍କ ଉପକାର କାର୍ଯ୍ୟରେ ସମସ୍ତଙ୍କ ସହଯୋଗ ରହିବା ଉଚିତ୍ । ପରିକ୍ରମା ପ୍ରକଳ୍ପ ଶେଷ ହେଲେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ ।’

ତେବେ ଶ୍ରୀମନ୍ଦିର ବଜେଟ ଓ ବିଭିନ୍ନ ସମସ୍ୟା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୪୮.୫୧ କୋଟିର ବଜେଟକୁ ଅନୁମୋଦନ କରାଯାଇଛି ।

Spread the love