୨୩ରେ ଭାରତରେ ଲଞ୍ଚ୍‌ ହେବ Galaxy S10 Lite

ସାଉଥ କୋରିଆନ୍‌ କମ୍ପାନୀ ସାମ୍‌ସଙ୍ଗ ଭାରତରେ ଲଞ୍ଚ୍‌ କରିବ Samsung Galaxy S10 Lite। ଏହି ସ୍ମାର୍ଟଫୋନ୍‌ଟି ହେଉଛି Galaxy S10ର ଲାଇଟ୍‌ ଭର୍ସନ୍। ଫ୍ଲିପକାର୍ଟରେ କମ୍ପନୀ ଏକ ଟିଜର୍‌ ଜାରି କରିଛି, ଯେଉଁଥିରେ ଫୋନ୍‌ଟି ଜାନୁଆରୀ ୨୩ରେ ରିଲିଜ୍‌ ହେବ ବୋଲି କୁହାଯାଇଛି। ଏହି ଫୋନ୍‌ଟି ଜାନୁଆରୀ ୭ରେ ୟୁଏସ୍‌ର ଲାସ୍‌ଭେଗାସ୍‌ରେ ହୋଇଥିବା CES 2020ରେ ଏହାକୁ ଲଞ୍ଚ୍ କରିଥିଲା। ଏବେ ଏହାକୁ ଭାରତରେ ଲଞ୍ଚ୍ କରାଯାଉଛି।

ଫ୍ଲିପକାର୍ଟ ଦ୍ୱାରା ଟିଜର୍‌ ପେଜ୍‌ରେ ଇଣ୍ଟ୍ରେଷ୍ଟ ପାଇଁ ରେଜିଷ୍ଟ୍ରେଶନ୍ ମଧ୍ୟ ନିଆଯାଉଛି। ଏଠାରେ ‘ନୋଟିଫାଇ ମି’ ବଟନ ଦିଆଯାଇଛି। ଟିଜର୍ ମୁତାବକ ଏହି ଫୋନ୍‌ଟିକୁ 8GB ରାମ୍ ଓ କ୍ୱାଲକମ୍‌ ସ୍ନାପଡ୍ରାଗନ ୮୫୫ ପ୍ରୋସେସର ସହ ଲଞ୍ଚ୍‌ କରାଯିବ। ଏହି ଫୋନ୍‌ରେ ସୁରକ୍ଷା ପାଇଁ ଫେସ୍‌ ଅନଲକ୍‌ ଓ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ମଧ୍ୟ ରହିବ।

Spread the love