୨୪ ଘଣ୍ଟାରେ ଦ୍ଵିତୀୟ ଥର ଗମ୍ଭୀରଙ୍କୁ ହତ୍ୟା ଧମକ, ଏବେ ଘର ବାହାରର ଭିଡିଓ ବି ପଠାଇଲା ISIS

ନୂଆଦିଲ୍ଲୀ ୨୪।୧୧:  ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ପୁନର୍ବାର ଆଇଏସଆଇଏସଠୁ ମିଳିଲା ହତ୍ୟା ଧମକ। ଏହା ପୂର୍ବରୁ ମିଳିଥିବା ଧମକ ପରେ ଗମ୍ଭୀରଙ୍କ ଦିଲ୍ଲୀ ସ୍ଥିତ ବାସଭବନ ବାହାରେ ସୁରକ୍ଷା କଡାକଡି କରାଯାଇଥିଲା। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ପୁଣି ଥରେ ଗମ୍ଭୀରଙ୍କୁ ଜୀବନରୁ ମାରି ଦେବାର ଧମକ ମିଳିଛି।  ଏପରିକି ଧମକକାରୀ ସଂଗଠନ ଏଥର ବାସଭବନ ବାହାରର ଭିଡିଓ ଫୁଟେଜ୍ ମଧ୍ୟ ପଠାଇଛି। ଏହା ପରେ ପୋଲିସ  ଗମ୍ଭୀରଙ୍କ ବାସଭବନର ସୁରକ୍ଷା ଆହୁରି କଡାକଡି କରିଛି। ଦିଲ୍ଲୀ ପୋଲିସ ମାମଲାର ତଦନ୍ତ ଚଳାଇଛି।

ଡିସିପି(କେନ୍ଦ୍ର) ଶ୍ଵେତା ଚୌହ୍ଵାନ କହିଛନ୍ତି, ଆମକୁ ଅଭିଯୋଗ ମିଳିଛି ଯେ ମାମଲାର  ତଦନ୍ତ ଜାରି ରହିଛି। ଆମେ ସାଂସଦଙ୍କ ଘର ବାହାରେ ସୁରକ୍ଷା  ବଢାଇ ଦେଇଛୁ। ମାମଲାରେ ଏ ପର୍ଯ୍ୟନ୍ତ ଏଫଆଇଆର ରୁଜୁ ହୋଇନି। ଗମ୍ଭୀର ଏଫଆଇଆର ରୁଜୁ କରିବାକୁ ଦାବି କରିଛନ୍ତି।

Spread the love