ଗଣପର୍ବ ନୂଆଁଖାଇର ଲଗ୍ନ ଧାର୍ଯ୍ୟ, ସେପ୍ଟେମ୍ବର ୧୧ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମା ସମଲେଇଙ୍କଠାରେ ହେବ ନବାନ୍ନ ଲାଗି

ସମ୍ବଲପୁର ୩୧।୦୮:  ଦୁଲୁକିବ ସମଗ୍ର ପଶ୍ଚିମ ଓଡିଶାର ଗାଁଠୁ ସହର । ପୁଣି ଏକ ହେବେ ପରିବାର ସ୍ଵଜନ। କାରଣ ଆଗକୁ ଆସୁଛି ଗଣପର୍ବ ନୂଆଁଖାଇ।  ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ  ହୋଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ଵାରା ଲଗ୍ନ ନିର୍ଦ୍ଧାରଣ ହୋଇଛି। ସକାଳ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହେବ।  

ନିର୍ଦ୍ଧାରଣ ହେଲା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ | ଆସନ୍ତା ସେପ୍ଟେମ୍ବର ୧୧ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଂଚମୀ ତିଥିରେ ସକାଳରୁ ତୁଳା ଲଗ୍ନରେ ସକାଳ ୧୦ଟା୧୫ରୁ ୧୦ଟା୨୫ ମଧ୍ୟରେ ଶୁଭ ଲଗ୍ନ  ଭିତରେ ଲଗ୍ନ ନିର୍ଦ୍ଧାରଣ ହୋଇଛି | ଏହି ସମୟ ଭିତରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କଠାରେ ନବାନ୍ନ ଲାଗି କରାଯିବ| ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ |   ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ବ୍ରହ୍ମ ପଣ୍ଡିତ ମହାସଭା ବସି ଲଗ୍ନ ନିର୍ଦ୍ଧାରଣ କରିଛନ୍ତି  | ପ୍ରଥମେ ବିଦ୍ବାନ, ପଣ୍ଡିତ ପହଂଚିଲା ପରେ ବିଷ୍ଣୁ ସହସ୍ର ନାମ ପାଠ କରିଛନ୍ତି | ଏହା ପରେ  ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଗଣନା କରି ଏହି ଲଗ୍ନ ନିର୍ଦ୍ଧାରଣ ହୋଇଛି |

ବ୍ରହ୍ମ ପଣ୍ଡିତ ମହାସଭାରେ ପାଂଜି ଦେଖିବା ପରେ ଲଗ୍ନ ନିର୍ଦ୍ଧାରଣ ହୋଇଛି | ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ଯ ଓ ମନ୍ଦିର ପୂଜକ ଯାଇ ମାଁ ସମଲେଶ୍ବରୀଙ୍କଠାରେ ଲଗ୍ନପତ୍ର ପ୍ରଦାନ କରିବେ | ଲଗ୍ନ   ଅନୁସାରେ ପ୍ରଥମେ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗିହେବା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ |

Spread the love