ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତିବାଦ କରିବା ସମସ୍ତଙ୍କର ଅଧିକାର ରହିଛି : ବିଷ୍ଣୁ ସେଠୀ

ଭୁବନେଶ୍ବର ୨।୧୨: ଦରଦାମ୍ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଗଣତନ୍ତ୍ର ରାଷ୍ଟ୍ରରେ ପ୍ରତିବାଦ କରିବା ସମସ୍ତଙ୍କର ଅଧିକାର ରହିଛି ବୋଲି ବିଷ୍ଣୁ ସେଠୀ କହିଛନ୍ତି । ଦରଦାମ୍ ବୃଦ୍ଧିରୁ ଯେଉଁ ରାଜସ୍ବ ମିଳୁଛି ସେଥିରେ ରାଜ୍ୟର ମଧ୍ୟ ଅଂଶ ରହିଛି । ରାଜ୍ୟ ସରକାର ରାଜସ୍ବ ଭାଗ ନେଉଛନ୍ତି । ତେଣୁ ସେ କିପରି ଆନ୍ଦୋଳନ କରୁଛନ୍ତି ବୋଲି ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି ।

Spread the love