ଗାନ୍ଧୀଜୀଙ୍କ ତିରୋଧାନ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ । ଏହି ଅବସରରେ ରାଜଘାଟରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ବହୁ ବରିଷ୍ଠ ନେତା ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମହାତ୍ମା ଗାନ୍ଧୀ ଦେଶ ପାଇଁ ଯାହା କରିଛନ୍ତି ଦେଶ ଶତାବ୍ଦୀ ଧରି ମନେ ରଖିବ। ତାଙ୍କର ଆଦର୍ଶ, ଅହିଂସାର ପ୍ରେରଣା, ସତ୍ୟର ଶକ୍ତି ବ୍ରିଟିଶମାନଙ୍କୁ ପରାସ୍ତ କରିଥିଲା । ଏହି ଅବଦାନ ହେତୁ ଗାନ୍ଧୀଜୀ ଆଜି ବି ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା । ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନାୟକ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ମୃତ୍ୟୁ ୩୦ ଜାନୁଆରୀ ୧୯୪୮ ରେ ହୋଇଥିଲା। ଦେଶ ଚଳିତ ବର୍ଷ ଗାନ୍ଧିଜୀଙ୍କ ୭୪ ତମ ବାର୍ଷିକୀ ପାଳନ କରୁଛି।

Spread the love