ହସ୍ପିଟାଲରେ ଭର୍ତ୍ତି ହେଲେ ରାଜ୍ୟପାଳ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁବାର ସନ୍ଧ୍ୟାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହଠାତ ରାଜ୍ୟପାଳ ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ରାଜ୍ୟପାଳ ମେଡ଼ିକାଲରେ ଭର୍ତ୍ତି ହେବା ପରେ ଏହା ଏକ ନିୟମିତ ଚେକ ଅପ୍ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି । ରାଜଭବନ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ ଏନେଇ ସୂଚନା ଦେଇଛନ୍ତି । ସେପଟେ ରାଜ୍ୟପାଳ ରାତିରେ ମେଡ଼ିକାଲରେ ରହି ଆସନ୍ତାକାଲି (ଶୁକ୍ରବାର) ଫେରି ଆସିବେ ବୋଲି ସେ କହିଛନ୍ତି ।

Spread the love