ଗଣେଶ ଭାସାଣି ବେଳେ ଉତ୍ତେଜନା

ଭଦ୍ରକ, ୦୮/୦୯: ଗଣେଶଙ୍କ ଭାସାଣି ବେଳେ ଉତ୍ତେଜନା । ପୋଲିସ ଏବଂ ଭାସାଣିରେ ସାମିଲ ଲୋକଙ୍କ ମଧ୍ୟରେ କଥା କଟାକଟି ଓ ଦୁର୍ବ୍ୟବହାର ନେଇ ଆରୋପ ଆଉ ପ୍ରତ୍ୟରୋପ ପରେ ଉତ୍ତେଜନା ଦେଖା ଦେଇଛି । ସୂଚନା ଅନୁଯାୟୀ ଭଦ୍ରକ ସହରର ପୁରୁଣାବଜାର ଥାନା ଅଧିନ ବୁଧୁବାର ହାଟ ନିକଟରେ ଏକ ଭାସାଣି ଶୋଭାଯାତ୍ର ଯାଉଥିବା ବେଳେ ପୋଲିସ କର୍ମଚାରୀ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଭାସାଣି ବେଳେ ମାଇକ୍‌, ଡିଜେକୁ ନେଇ ପୋଲିସ ଓ ସଦସ୍ୟଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିବା ସୂଚନା ମିଳିଛି । ପରେ ଉତ୍ତ୍ୟକ୍ତ ଲୋକେ ପୁରୁଣାବଜାର ଥାନା ସମ୍ମୁଖରେ ହୋ ହାଲା କରିଥିଲେ । ଉତ୍ତେଜନାକୁ ଦେଖି ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ କମିଟି ସଦସ୍ୟଙ୍କୁ ବୁଝା ସୁଝା କରାଯାଉଛି ।

Spread the love