ସାଇସୁଦ୍ଧା ଆପଟମେଣ୍ଟରେ ଗଣେଶ ପୂଜା ପାଳିତ

ଭୁବନେଶ୍ୱର , 02/୦9: ଅଗ୍ରପୂଜ୍ୟ ଗଜାନନ ଶ୍ରୀ ଗଣେଶଙ୍କ ଧରାବତରଣ ପରେ ଉତ୍ସବ ମୁଖର ପୁର ପଲ୍ଲୀ । ଦୁଇ ବର୍ଷ ଧରି କରୋନା କଟକଣା ରହିଥିବାରୁ, ପୂଜା ଫିକା ପଡିଥିଲା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ହଟିଯାଇଥିବାରୁ ଗଣେଶ ପୂଜା ବେଶ ଧୁମ ଧାମରେ ପାଳନ ହେଉଛି । ସୂଚନାଥାଉକି, ଆଜି ସାଇସୁଦ୍ଧା ଆପଟମେଣ୍ଟରେ ଗଣେଶ ପୂଜା ପାଳିତ ହୋଇଯାଇଛି। 

ଆପାଟମେଂଟର ସଭାପତି ଅରମାନ ଓ ସମ୍ପାଦକ ଦୁର୍ଯ୍ୟଧନ ଜେନାଙ୍କ ତତ୍ୱାବଧାନରେ ପୂଜା ସମ୍ପୂର୍ଣ୍ଣ ହୋଇଥିଲା ଓ ସନ୍ଧ୍ୟାରେ ସମସ୍ତ ଲୋକେ ଏକାସଙ୍ଗେ ଖାଦ୍ୟ ଖାଇଥିଲେ । ୨ବର୍ଷ ବନ୍ଦ ଥିବା ଗଜାନନଙ୍କ ପୂଜାରେ ମାହୋଲ ଉତ୍ସବ ମୁଖର ହୋଇଉଠିଥିଲା ଓ ସମସ୍ତେ ଖୁଆ ଖୁଇ ହୋଇ ଭାବର ଆଦାନ ପ୍ରଦାନ କରିଥିଲେ ।

ପୂଜାରେ ବ୍ରାହ୍ମଣଙ୍କୁ ତାରାକାନ୍ତ ମହାନ୍ତି, ବିଜେନ୍ଦ୍ର ମିଶ୍ର ସହଯୋଗ କରିଥିଲେ ।

Spread the love