ଓବିସି ପ୍ରସଙ୍ଗରେ ବିଜେପି ଓ ବିଜେଡି ଉପରେ ବର୍ଷିଲା କଂଗ୍ରେସ, ଓବିସିଙ୍କ ପ୍ରତି କାହିଁକି ଅବିଚାର ବୋଲି ପ୍ରଶ୍ନ କଲେ ଗଣେଶ୍ଵର ବେହେରା

ଭୁବନେଶ୍ବର ୨୬।୮: ଓବିସି ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଲା କଂଗ୍ରେସ। କଂଗ୍ରେସ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ଵର ବେହେରାଙ୍କ ବିଜେପି ଓ ବିଜେଡ଼ିକୁ ପ୍ରଶ୍ନ । ଓବିସିଙ୍କ ପ୍ରତି କାହିଁକି ଅବିଚାର ହୋଇଛି ବୋଲି ପ୍ରଶ୍ନ କଲେ ଗଣେଶ୍ଵର। ଉଭୟ କେନ୍ଦ୍ର ଏବଂ ରାଜ୍ୟ ଓବିସି ପ୍ରତି ଅବହେଳା କରୁଛନ୍ତି । ଜାତିଭିତ୍ତିକ ଜନଗଣନା ପାଇଁ କାହିଁକି ମନା କରୁଛନ୍ତି ମୋଦି  ସରକାର ? ୨୦୧୦ରେ ବିଜେପି ଦାବି କରୁଥିଲା ଜାତିଭିତ୍ତିକ ଜନ ଗଣନା ପାଇଁ । ଏବେ କାହିଁ ମନା କରୁଛନ୍ତି।

୨୦୧୮ରେ  ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ କହିଲେ କେନ୍ଦ୍ର ସରକାର ୨୦୨୧ରେ ଜାତିଭିତ୍ତିକ ଜନଗଣନା କରିବେ ।  ପରେ ଓବିସି କଲ୍ୟାଣ ସଂକ୍ରାନ୍ତୀୟ ସଂସଦୀୟ କମିଟି ରିପୋର୍ଟରେ କହିଲେ ଜାତିଭିତ୍ତିକ ଜନଗଣନା ପାଇଁ । ହେଲେ ଏବେ ମନା କରୁଛନ୍ତି ।  ଏଥିରୁ ପ୍ରମାଣିତ ହେଉଛି ଓବିସି ବିଜେପି ସରକାରଙ୍କ ଏଜେଣ୍ଡାରେ ନାହିଁ ।

୨୦୧୧ରେ ସମସ୍ତ ରାଜନୈତିକ ଦଳର ମତକୁ ନେଇ ମନମୋହନ ସିଂ ଏସିଇସିସି ଜନଗଣନା ହୋଇଥିଲା। କିନ୍ତୁ ପରେ ରିପୋର୍ଟ ପ୍ରକାଶ କରିବାକୁ କେନ୍ଦ୍ର ସରକାର ମନା କଲେ। ରିପୋର୍ଟରେ ତ୍ରୁଟି ଥିବା ବାହାନା ଦର୍ଶାଇଲେ।  ଗ୍ରାମ୍ୟ ଉନ୍ନୟନ ସଂସଦୀୟ କମିଟି ଅଗଷ୍ଟ ୩୧, ୨୦୨୦ରେ କଂଗ୍ରେସ ସରକାର ସମୟରେ ହୋଇଥିବା ଏସିଇସିସି ଗଣନା ଠିକ୍ ଅଛି । ଆରବିଆଇ ମଧ୍ୟ କହିଲେ ୯୯ ପ୍ରତିଶତ ତ୍ରୁଟି ଶୂନ୍ୟ। ତଥାପି କେନ୍ଦ୍ର ସରକାର ସେହି ରିପୋର୍ଟକୁ ପ୍ରକାଶ କଲେ ନାହିଁ। ପରେ ୨୦୧୬ରେ ସାମାଜିକ ନ୍ୟାୟ ବିଭାଗ ଗୋଟେ କମିଟି କଲେ ରିପୋର୍ଟକୁ ତର୍ଜମା କରିବା ପାଇଁ । ହେଲେ ଏବେ ପର୍ଯ୍ୟନ୍ତ ସେ କମିଟି କଣ ତର୍ଜମା କଲେ କଣ ପରାମର୍ଶ ଦେଲେ ତାହା ଦେଶବାସୀଙ୍କୁ ଜଣାଉ ନାହାନ୍ତି। ୨୭ ଭାଗ ସଂରକ୍ଷଣ ପାଇଁ ସୋନିଆ ଗାନ୍ଧୀ ଚିଠି ଲେଖିଥିଲେ। କଲେ ନାହିଁ । ମାଡ୍ରାସ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ କଂଗ୍ରେସ ଓ ଡିଏମକେ । କୋର୍ଟଙ୍କ ନିର୍ଦ୍ଦେଶକୁ ବି ଶୁଣିଲେନି । ୫୦ ପ୍ରତିଶତ ସିଲିଂ ବ୍ୟବସ୍ଥା ନହଟିଲେ ଓବିସି ସଂରକ୍ଷଣ ହୋଇ ପାରିବନି। ବହୁ ରାଜ୍ୟରେ ଏହାର ଆବଶ୍ୟକତା ରହିଛି । ତେଣୁ କାହିଁକି ସଂସଦରେ ଆପଣ ଆଇନ ଆଣିବେ ନାହିଁ।

ଆଉ ଏପଟେ ରାଜ୍ୟ ସରକାର କେବଳ ବୃଥା ବାହାଦୁରୀ ନେଉଛନ୍ତି। ସତରେ ଯଦି ଆପଣଙ୍କର ଦରଦ ଅଛି ୨୦୧୭ରେ କାହିଁକି ସୁପ୍ରିମକୋର୍ଟ ନଯାଇ ୨୦୧୯ ପର୍ଯ୍ୟନ୍ତ ଅପେକ୍ଷା କଲେ। ଆଉ ଆଜି ପର୍ଯ୍ୟନ୍ତ ସେ ମାମଲାର ଶୁଣାଣି ହେଲା ନାହିଁ । ଶିକ୍ଷା କ୍ଷେତ୍ରରେ କାହିଁକି ସଂରକ୍ଷଣ ବ୍ୟବସ୍ଥା କଲେ ନାହିଁ ରାଜ୍ୟ ସରକାର। ୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବି ନାହିଁ ରାଜ୍ୟରେ।  ଓବିସି ଫାଇନାନ୍ସ କମିଶନ ଦ୍ଵାରା ମଧ କୌଣସି ବ୍ୟକ୍ତି ଉପକୃତ ହୋଇ ନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କ କୌଣସି ପ୍ରତିବଦ୍ଧତା ନାହିଁ। ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପିସିସି ମେଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ଵର ବେହେରା।

Spread the love