୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ବ୍ରହ୍ମପୁର ୦୯।୦୧: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ବଡ ସଫଳତା । ଚୋରା ଚାଲାଣ ବେଳେ ୩ କ୍ୱିଣ୍ଟାଲ୍‌ ୧୫ କିଲୋ ଗଞ୍ଜେଇ ଜବତ । ଏହାସହିତ ୨ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ । ଖବର ଅନୁଯାୟୀ, ଏକ କାର୍‌ ଯୋଗେ କନ୍ଧମାଳ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଅବକାରୀ ବିଭାଗ କୋଦଳାଦାବି ଧନୁର୍ଜୟପୁର ଠାରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଚୋରା କାରବାରରେ ସଂପୃକ୍ତ ଥିବା ୨ଜଣଙ୍କୁ ଗିରଫ ହୋଇଛନ୍ତି । ସେପଟେ ଘଟଣାସ୍ଥଳରୁ କାରରେ ଫେରାର୍ ହୋଇଯାଇଛନ୍ତି ଡ୍ରାଇଭର୍ । ଏ ଘଟଣାର ଅଧିକ ତଦନ୍ତ କରାଯାଉଥିବା ବିଭାଗୀୟ ଅଧିକାରୀ କହିଛନ୍ତି । ଗିରଫ ଦୁଇଜଣ ହେଲେ ପ୍ରଶାନ୍ତ ପ୍ରଧାନ ଓ ରବୀନ୍ଦ୍ର ନାହାକ । ପ୍ରଶାନ୍ତ ମଧ୍ୟ ପୂର୍ବରୁ ଗିରଫ ହୋଇଥିବା ସୂଚନା ମିଳିଛି ।

Spread the love