ବ୍ୟାଙ୍କକରୁ ଆସୁଥିଲା ଗଞ୍ଜେଇ, ପୁରୁଷ ବନ୍ଧୁଙ୍କ ସହ ମହିଳା ଅଟକ

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟରୁ ୪ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି । ବ୍ୟାଙ୍କକ୍‌ରୁ ଗଞ୍ଜେଇ ଚାଲାଣ ବେଳେ ଡାଇରେକ୍ଟୋରେଟ୍ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ(ଡିଆର୍‌ଆଇ) ଦ୍ୱାରା ଗଞ୍ଜେଇ ଜବତ ହୋଇଛି । ଡିଆର୍‌ଆଇ ଜଣେ ମହିଳା ଏବଂ ତାଙ୍କ ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏହି ଦୁଇ ଅଭିଯୁକ୍ତ ଅନ୍ତର୍ଜାତୀୟ କ୍ରାଇମ୍ ସିଣ୍ଡିକେଟ୍‌ର ସପ୍ଲାୟର୍ସ ବୋଲି ଜଣାପଡ଼ିଛି । ଏମାନେ ଭାରତକୁ ଗଞ୍ଜେଇ, ଡ୍ରଗ୍ସ ଭଳି ଏକାଧିକ ନିଶା ସାମଗ୍ରୀ ଚାଲାଣ କରନ୍ତି । ମିଳିଥିବା ସୂଚନା ମୁତାବକ ଗଞ୍ଜେଇ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିଲା । ବିଶ୍ୱସ୍ଥସୂତ୍ରରୁ ଖବର ପାଇ ଡିଆର୍‌ଆଇ ଜଣେ ମହିଳା ଏବଂ ପୁରୁଷଙ୍କୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ହ୍ୟାଣ୍ଡ୍‌ବ୍ୟାଗରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଲା । ଯାହକୁ ଡିଆର୍‌ଆଇର କଷ୍ଟମ ବିଭାଗ ଏହାକୁ ଜବତ କରିବା ସହ ଦୁଇ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା ଚଳାଇଛି । ତେବେ ଏମାନେ ଅନ୍ତଜାତୀୟ କ୍ରାଇମ୍ ସିଣ୍ଡିକେଟ୍‌ର ସପ୍ଲାୟର୍ସ ବୋଲି ଜଣାପଡ଼ିଛି । ଏକାଧିକ ବାର ବ୍ୟାଙ୍କକରୁ ଭାରତ ଗଞ୍ଜେଇ ସପ୍ଲାଏ କରିଛନ୍ତି । ହେଲେ ଧରାପଡ଼ି ନ ଥିଲେ । ଯାହାଫଳରେ ଏମାନେ ବାରମ୍ବାର ସପ୍ଲାଏ କରି ଚାଲିଥିଲେ । ଏହି ଦୁଇ ଅଭିଯୁକ୍ତ କେରଳର ଜଣେ ସପ୍ଲାୟର୍ସକୁ ଏହାକୁ ଦେଇଥାନ୍ତେ ।

Spread the love