୧୭ ପର୍ଯ୍ୟନ୍ତ ବନ୍ଦ ରହିଲା ଗଞ୍ଜାମର ସମସ୍ତ ବେଳାଭୂମି

ବ୍ରହ୍ମପୁର: ସାରା ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାର ଦେଖି ଗଞ୍ଜାମରେ କଡ଼ା କଟକଣା ଲାଗୁ କରାଯାଉଛି । ଆସନ୍ତା ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି ଓ ପୋଙ୍ଗଲ ଉତ୍ସବ । ଏହି ସବୁ ଉତ୍ସବକୁ ନଜରରେ ରଖି କଟକଣା ଲଗାଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଭିଡ଼ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ବନ୍ଦ ଘୋଷଣା କରାଯାଇଛି । ଆଜିଠୁ ୧୭ ତାରିଖ ଯାଏ ଗୋପାଳପୁର , ସୋନାପୁର ପରି ସମସ୍ତ ବେଳାଭୂମି ବନ୍ଦ ରହିବ । ଏନେଇ ଟ୍ବିଟ୍ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇଛନ୍ତି । ଆଜିଠାରୁ ଜାନୁଆରୀ ୧୭ ପର୍ଯ୍ୟନ୍ତ ସମସ୍ତ ଜନ ସାଧାରଣଙ୍କୁ ବେଳାଭୂମିକୁ ଯିବା ପାଇଁ ବାରଣ କରାଯାଇଛି ।

Spread the love