ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ରେ ପହଞ୍ଚିଛି। ଏଥିସହିତ ନୂତନ ସଂକ୍ରମିତ ଜିଲ୍ଲା ତାଲିକାରେ ସାମିଲ ହୋଇଛି ଗଞ୍ଜାମ। ସୂଚନାଯୋଗ୍ୟ ଯେ, ଗତ ୪୮ଘଣ୍ଟା ଭିତରେ ରାଜ୍ୟରେ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୨ଜଣ କେବଳ ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଫଳରେ ସର୍ବାଧିକ କ‌ରୋନା ସଂକ୍ରମିତ ତାଲିକାରେ ଏବେ ଖୋର୍ଧାକୁ ଟପି ଯାଇଛି ଯାଜପୁର। ଏଠାରେ ଏବେ ୪୮ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯ରେ ପହଞ୍ଚିଛି। ଏହାସହ ନୂତନ ସଂକ୍ରମିତ ଜିଲ୍ଲା ତାଲିକାରେ ସାମିଲ ହୋଇଛି ଗଞ୍ଜାମ। ରାଜ୍ୟରେ ଏବେ ୧୬ଟି ଜିଲ୍ଲା କରୋନା ପ୍ରଭାବରେ ରହିଛନ୍ତି। ଅପରପକ୍ଷରେ କେବଳ କରୋନା ଚିହ୍ନଟ ନୁହେଁ, ରାଜ୍ୟରେ ସଂକ୍ରମିତ ବ୍ୟକ୍ତି ମଧ୍ୟ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି। ଗତକାଲି ୧୪ଜଣ ଓ ଆଜି ଜଣଙ୍କୁ ମିଶାଇ ଦୁଇ ଦିନରେ ୧୫ଜଣ ସୁସ୍ଥ ହୋଇସାରିଲେଣି।

Spread the love