କରୋନାର ଦ୍ବିତୀୟ ଲହର ରୋକିବାକୁ ଲୋକେ ସହଯୋଗ କରନ୍ତୁ : ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ ଜିଲ୍ଲାର କରୋନା ସ୍ଥିତି ଉପରେ ନଜର ରଖାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଜନସାଧାରଣଙ୍କ ଓ ଗଣମାଧ୍ୟମର ସହଯୋଗ ଆବଶ୍ୟକ ରହିଛି । କୋଭିଡ୍-୧୯ ପ୍ରଥମ ଲହରୀ ବେଳେ ସହଯୋଗ ମିଳିଥିଲା । ଜିଲ୍ଲାରେ ବର୍ତ୍ତମାନ ୩୪୭ କୋଭିଡ୍ ସଂକ୍ରମିତ ରହିଥିବା ବେଳେ ୨୪୫ଟି ଆକ୍ଟିଭ୍ କେସ୍ ରହିଛି ।  ୨ ଜଣଙ୍କର ମୃତ୍ୟୁ ହୋଇଛି । ଗତବର୍ଷ  ମାର୍ଚ୍ଚ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୨୩୨୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ବ୍ରହ୍ମପୁର,  ଆସିକା,  ଭଞ୍ଜନଗର,  ହିଞ୍ଜିଳିରେ କୋଭିଡ୍ ହସ୍ପିଟାଲ୍ ବ୍ୟବସ୍ଥା କରାଯାଇଛି । ମୋଟ୍ ୧୫୦୦ କୋଭିଡ୍ କେୟାର୍ ସେଣ୍ଟର୍ ପ୍ରସ୍ତୁତ ଅଛି । ପ୍ରତି ବ୍ଲକ୍ ରେ  ୧୦୦ ଶଯ୍ୟା ବିଶିଷ୍ଟ ବେଡ୍ ପ୍ରସ୍ତୁତ ରହିଛି ।

ଚୈତ୍ର ମେଳା ଏବଂ ଦଣ୍ଡ ଯାତ୍ରା ପାଇଁ ୫୪୫୦ ସହ ମୋଟ୍ ୬୦୬୪ ପ୍ରବାସୀ ଫେରିଛନ୍ତି ।  ଗତ ତିନି ଦିନ ହେଲା ସଂକ୍ରମଣ ସଂଖ୍ୟା ବଢିଛି । ସମସ୍ତେ ସଚେତନ ରହି ସହଯୋଗ କରିଲେ କରେନାର ଦ୍ବିତୀୟ ଲହରୀକୁ ରୋକାଯାଇପାରିବ । ଜିଲ୍ଲାରେ ଚଢାଉ ବି ଜାରି ରହିଛି । ପ୍ରବାସୀ ଫେରନ୍ତାଙ୍କ ପାଇଁ ଆଇସୋଲେସନ୍,  ପରୀକ୍ଷା ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅକ୍ସିଜେନ ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ ରଖାଯାଇଛି ।  ଅଧିକ ସଂକ୍ରମଣ ଚିହ୍ନଟ ହେଲେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ।

କୋଭିଡ୍-୨ ପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିଲେ ଏହାକୁ ପ୍ରତିରୋଧ କରାଯାଇପାରିବ । ଗଞ୍ଜାମ ମିଡିଆକୁ ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ । ସର୍ବସାଧାରଣରେ ଭୋଜିକୁ ବାରଣ କରାଯାଇଛି । ପ୍ରବାସୀ ଫେରନ୍ତାଙ୍କ ପଞ୍ଜୀକରଣ ପାଇଁ ସରପଞ୍ଚ ଓ ଏନଏସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଟିଫିସିଆଲ୍ ଟେଷ୍ଟିଂ ଏମକେସିଜିରେ କରାଯାଉଛି ।

Spread the love