ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଗଞ୍ଜାମ ପୁଅ

ପାତ୍ରପୁର: ଗଂଜାମର ପୁଅ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ଗୋଟିଏ ମାସରେ ସାମାଜିକ ଗଣମାଧ୍ୟମ ୟୁ-ଟ୍ୟୁବ୍‌ରେ ସର୍ବାଧିକ ପଦାର୍ଥ ବିଜ୍ଞାନ ସଂପର୍କିତ ଭିଡିଓ ଅପଲୋଡ କରି ଇଣ଼୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତଣ୍ଡିପୁର ପଞ୍ଚାୟତ ରାଜପୁରର ଅଜିତ କୁମାର ମଲ୍ଲିକ ଏଭଳି ପ୍ରଶଂସନୀୟ କାମ କରିଛନ୍ତି। ଅଜିତ ଗତ ମେ’ ମାସ ୨୭ରୁ ଜୁନ ୨୭ ତାରିଖ ମଧ୍ୟରେ ୟୁ-ଟ୍ୟୁବ୍‌ରେ ୫୪ଟି ପଦାର୍ଥ ବିଜ୍ଞାନ ସଂପର୍କିତ ଭିଡିଓ ଅପଲୋଡ କରି ଏହି ବିରଳ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ଅଜିତଙ୍କୁ ମାନପତ୍ର, ପୁସ୍ତକ ଓ ମେଡାଲ୍ ପ୍ରଦାନ କରି ସମ୍ମାନିତ କରାଯାଇଛି। ଅନ୍ୟପଟେ ଅଜିତଙ୍କ ଭିଡିଓ ଗୁଡ଼ିକ ପଦାର୍ଥ ବିଜ୍ଞାନର ଶିକ୍ଷାର୍ଥୀମାନଙ୍କ ପାଇଁ ଜ୍ଞାନର ଭଣ୍ଡାର ବିବେଚିତ ହୋଇଛି। ପ୍ରତ୍ୟେକ ଭିଡିଓରେ ସେ ଜଟିଳ ଧାରଣାକୁ ଅତ୍ୟନ୍ତ ସରଳ ଭାବେ ଉପସ୍ଥାପନା କରିଛନ୍ତି।

Spread the love