ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀଙ୍କ ପରଲୋକ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀଙ୍କ ଆଜି ଆକସ୍ମିକ ବିୟୋଗ ଘଟିଛି।  ସୁନିତା ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଥିଲେ। ଜଣେ ଉଚ୍ଚ ଶିକ୍ଷିତା ମହିଳା ସୁନିତା ଗୋକର୍ଣ୍ଣପୁର ପଂଚାୟତ ସମିତି ସଭ୍ୟା ରୂପେ ନିର୍ବାଚିତ ହୋଇଥିଲେ। କିଛି ଦିନ ହେଲା କୌଣସି ଏକ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିଲେ l ଚିକିତ୍ସା ହୋଇ ଘରକୁ ଫେରିଥିଲେ। ଆଜି ହଠାତ ଅସୁସ୍ଥ ହେବା ପରେ ଦିଗପହଣ୍ଡି ମେଡିକାଲକୁ ନିଆଯାଇଥିଲା ଡାକ୍ତର ମୃତ ଘୋଷଣା କରିଥିଲେ । ସୁନିତା ଙ୍କ ମୃତ୍ୟୁ ଖବର ପାଇ ବିଜୁ ଜନତା ଦଳର ଶତାଧିକ ସମର୍ଥକଙ୍କ ସମେତ ବହୁ ବ୍ୟକ୍ତି ଗୋକର୍ଣ୍ଣପୁର ବାସ ଭବନରେ ପହଞ୍ଚି ତାଙ୍କ ପରିବାର କୁ ସମବେଦନା ଜଣାଇଥିଲେ। ଜଣେ ଭଲ ବ୍ୟବହାର ପାଇଁ ସୁନିତା ଏହି ଅଞ୍ଚଳ ରେ ବେଶ ପ୍ରଂଶସିତ ହୋଇଥିଲେ ।

Spread the love