ଗଞ୍ଜାମ ଜିଲ୍ଲା ଓକିଲ ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, ୩୧/୦୮:  ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି । ବେଞ୍ଚ୍ ପ୍ରତିଷ୍ଠା ଦାବିରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ବଡ ଧରଣର ବୈଠକ ଅନୁଷ୍ଠିତ ହୋଇଛି ।

୨୦୦୮ ମସିହା ଠାରୁ ଗଞାମ ଜିଲ୍ଲା ଓକିଲ ସଂଘ ଏହି ଦାବି ଉଠାଇ ଆନ୍ଦୋଳନ କରୁଛି । ଏହାସହ ପ୍ରତ୍ୟେକ ମାସର ଶେଷ ୪ ଦିନ ସଙ୍ଘ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଛି ।

ତେବେ ମଙ୍ଗଳବାର ଦକ୍ଷିଣ ଓଡିଶାର ୩୬ ଟି ଓକିଲ ସଂଘ  ବୈଠକରେ ଯୋଗ ଦେବେ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଅନୁରୋଧ କ୍ରମେ  ଅନେକ ଓକିଲ ସଂଘ ବୈଠକରେ ସାମିଲ ହୋଇଛନ୍ତି ।

Spread the love