ଗଞ୍ଜେଇ ଚାଷକୁ ମାନ୍ୟତା ଦାବିରେ ପ୍ରଜାମେଳି, ଅବକାରୀ ବିଭାଗ ଉପରେ ସଙ୍ଗୀନ ଅଭିଯୋଗ

ଚିତ୍ରକୋଣ୍ଡା ୧୫/୦୪: ଗଞ୍ଜେଇ ଚାଷ ପାଇଁ ପ୍ରଜାମେଳି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ନାକାମାମୁଡ଼ି ପଞ୍ଚାୟତରେ ଗଞ୍ଜେଇ ଚାଷ କରୁଥିବା ଶତାଧିକ ଗ୍ରାମବାସୀ ପ୍ରଜାମେଳି କରିବା ସହ ଜିଲ୍ଲା ଅବକାରୀ ବିଭାଗ ଉପରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ବିଶେଷ କରି ଜିଲ୍ଲା ଅବକାରୀ ବିଭାଗର କିଛି କର୍ମଚାରୀ ମାନେ ଗାଁ ଗାଁ ବୁଲି ଆଦିବାସୀ ଲୋକଙ୍କ ଠାରୁ ଗଞ୍ଜେଇ ଚାଷ କରିବା ପାଇଁ ବଟି ଆଦାୟ କରୁଛନ୍ତି.

ଏହା ସହ ଭାଗ ମାପ ନ ଛିଡିଲେ ଆଦିବାସୀ ଲୋକଙ୍କୁ ଗିରଫ କରାଯାଉଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି । ଏ ନେଇ ଶତାଧିକ ଲୋକେ ଆଜି ନାକାମାମୁଡ଼ି ପଞ୍ଚାୟତର ଖଡିକାଝଡି ଗ୍ରାମରେ ପ୍ରଜାମେଳି କରି ଆଦିବାସୀ ଲୋକଙ୍କୁ ମିଥ୍ୟା ଗିରଫଦାରୀ କୁ ବିରୋଧ କରିବା ସହ ଆଗାମୀ ଦିନରେ ଗଞ୍ଜେଇ ଚାଷକୁ ଆଇନ ସନ୍ମତ କରିବା ଲାଗି ଦାବି କରିଛନ୍ତି ।

Spread the love