୪ ବର୍ଷରେ ୧୫୭ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି

ବ୍ରହ୍ମପୁର ୧୮/୦୯:  ଗଞ୍ଜାମ ଜିଲ୍ଲାରେ ଗତ ୪ ବର୍ଷରେ ୧୫୭ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିଶେଷକରି ବଡଗଡ ଥାନା ଅଞ୍ଚଳରେ ଅଧିକ ଗଞ୍ଜେଇ ଚାଷ କରାଯାଇଥିଲା । ଏସବୁ ଅଞ୍ଚଳରେ ଜନ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗଞ୍ଜେଇ ଚାଷୀଙ୍କୁ ଗଞ୍ଜେଇ ଚାଷରୁ ନିବୃତ୍ତ କରି ଅନ୍ୟ ଲାଭଜନକ ଚାଷରେ ସଂପୃକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ବ ଦେଉଥିବା ଜଣାପଡ଼ିଛି  ।

ଗଞ୍ଜାମ ଜିଲ୍ଲାପାଳ ଯଦିଓ ଜନସଚେତନା ଉପରେ ଗୁରୁତ୍ବାରୋପ କରିଛନ୍ତି କିନ୍ତୁ କେବେ ଓଡ଼ିଶାରୁ ଗଞ୍ଜେଇ ଚାଷର ମୂଳପୋଛ ହେବ ସେନେଇ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଅବକାରୀ ବିଭାଗ, ପୋଲିସର ଘନଘନ କାର୍ଯ୍ୟାନୁଷ୍ଠାନ ପରେ ବି ଗଞ୍ଜେଇ ଚାଷ ଉପରେ ଲଗାମ ଲାଗିପାରୁ ନାହିଁ। ଏପରିକି ଓଡ଼ିଶାର ପ୍ରାୟ ପ୍ରତିଟି ସ୍ଥାନରେ ବେଧଡ଼କ ଗଞ୍ଜେଇ ବେପାର ହେଉଥିବା ନଜରକୁ ଆସୁଛି।

ଚାଷ ହେଉଛି ମାର୍କେଟରେ ବେପାର ବି ଚାଲିଛି କିନ୍ତୁ କେବେ ଲାଗିବ ସମ୍ପୂର୍ଣ୍ଣ ଲଗାମ ? ଏତେ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ ହେଉଥିଲେ ହେଁ ବଜାରକୁ ଟନ ଟନ୍‌ ଗଞ୍ଜେଇ ଆସୁଛି କେଉଁଠୁ ? ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏଥିପ୍ରତି ପ୍ରଶାସନ ଯତ୍ନବାନ ହେବା ଜରୁରୀ ହୋଇପଡ଼ିଛି।

Spread the love