କୋଟିଏ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡା ୦୯।୧୧: କନ୍ଧମାଳରେ ଅପରେସନ ନୀଳ ଜହର l ୧୫୦ ଏକର ସରକାରୀ ଓ ଜଙ୍ଗଲ ଜମିରୁ ବେଆଇନ୍ ଗଞ୍ଜେଇ ନଷ୍ଟ କଲେ ପୋଲିସ ଓ ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ କାଟିବା ପରେ ପୋଡି ନଷ୍ଟ କରିଦିଆଯାଇଛି । ନଷ୍ଟ କରାଯାଇ ଥିବା ଗଞ୍ଜେଇର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ,  ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରି ଚାଲିଛନ୍ତି । ଏହାକୁ ରୋକିବାକୁ କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ ନୀଳଜହର ଆରମ୍ଭ ହୋଇ ଛି l ପୋଲିସ ଓ ଅବକାରୀ ବିଭାଗ ରବିବାର ବାଲିଗୁଡା ଅଞ୍ଚଳରେ ୧୬୫ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇକୁ କାଟି ନଷ୍ଟ କରିଥିଲା। ପୁଣି କ.ନୂଆଗାଁ ଥାନା ପକ୍ଷରୁ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି l ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଅଧିକ ହେବ ।

Spread the love