୧୦ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

କନ୍ଧମାଳରେ ଅପରେସନ ନୀଳ ଜହର l ପୁଣି ଦଶ କୋଟିର ସରକାରୀ ଜମିରୁ ଗଞ୍ଜେଇ କାଟିଲା ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ।

ବୁଧବାର ବାଲିଗୁଡା ଥାନା ଅନ୍ତର୍ଗତ ସଲାକିଆ ଓ ପଡିଗାଁ ଅଞ୍ଚଳରେ ବେଆଇନ ଭାବେ ଚାଷ ହୋଇଥିବା ୧୧୦ ଏକର ଅଞ୍ଚଳର ଗଞ୍ଜେଇ ଚାଷକୁ କାଟି ପୋଡି ଦେଇଛି ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ l ନଷ୍ଟ କରାଯାଇ ଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦଶ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ। ନୀଳଜହର ଅପରେସନରେ ବାଲିଗୁଡା ଏସଡିପିଓ ଜି. ଆର. ଆର. ରଘୁବେନ୍ଦ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥାନା ଅଧିକାରୀ ବାବା ଶଙ୍କର ସରାଫ ଅବକାରୀ ସବ ଇନିସପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ଅତିରିକ୍ତ ତହସିଲଦାର ବୀରେନ୍ଦ୍ର ତ୍ରିପାଠୀ ଏବଂ ତହସିଲ କର୍ମଚାରୀ ଅବକାରୀ କର୍ମଚାରୀ ପୋଲିସ ଫୋର୍ସ ଉପସ୍ଥିତ ଥିଲେ l

ନୀଳଜହର ବା ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା କନ୍ଧମାଳର ବିଭିନ୍ନ ଥାନା ଅଞ୍ଚଳରେ ବେଧଡକ ଗଞ୍ଜେଇ ଚାଷ ହେଉଛି l ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରି ଚାଲିଛନ୍ତି ଏହାକୁ ରୋକିବାକୁ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ ନୀଳଜହର l ପୋଲିସ ଓ ଅବକାରୀ ବିଭାଗ ର କାର୍ଯାନୁଷ୍ଠାନ ଫଳରେ ଗଞ୍ଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l

Spread the love