ଅପରେସନ ନୀଳ ଜହର, ୧୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡା, ୧୩|୧୨: କନ୍ଧମାଳ ଜିଲ୍ଲା କ.ବାଲିଗୁଡା ଥାନା ଅଞ୍ଚଳରେ ଅପରେସନ ନୀଳ ଜହର l ପୁଣି ସାଢ଼େ ଚଉଦ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ।

ବାଲିଗୁଡା ଥାନା ଅନ୍ତର୍ଗତ ଗୁମା ପଦର ଓ ସିଟୁପାଜୁ ଅଞ୍ଚଳରେ ୧୪୫ ଏକର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିଲା । ଏସବୁ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଏହି ଅପରେସନ କରିଛନ୍ତି l ଏହି ସମୟରେ ତହସିଲଦାର ଓ ରାଜସ୍ବ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ l

Spread the love