ଗରମ ପାଣିରେ ଗାଧୋଇବେ କି ନାହିଁ ଦ୍ବନ୍ଦ୍ବରେ ଅଛନ୍ତି କି, ତେବେ ପଢିନିଅନ୍ତୁ ଏହି ଟିପ୍ସ
ଶୀତ ଦିନରେ ଲୋକମାନେ ସାଧାରଣତଃ ଗାଧୋଇବା ପାଇଁ ଗରମ ପାଣି ବ୍ୟବହାର କରିବାକୁ ପସନ୍ଦ କରନ୍ତି । ଅନେକ ଆୟୁର୍ବେଦୀୟ ଶାସ୍ତ୍ରୀ ମାନେ ବି ମତ ଦିଅନ୍ତିଯେ ଶୀତ ଋତୁରେ ଗରମ ପାଣିରେ ଗାଧୋଇଲେ ଶରୀରକୁ ଲାଭ ମିଳିଥାଏ । ଅନେଇ ଅନେକଙ୍କର ମନରେ ବି ସନ୍ଦେହ ଥାଏକି ପ୍ରକୃତରେ ଗରମ ବୋଲି କେତେ ଗରମ ପାଣିରେ ସ୍ନାନ କରିବା ଉଚିତ । କିନ୍ତୁ ବାସ୍ତବରେ ଅଧିକ ଗରମ ପାଣିରେ ସ୍ନାନ କରିବା ଉଚିତ ନୁହେଁ । ସବୁବେଳେ ନଖ ଉଷୁମ ପାଣିରେ ହିଁ ସ୍ନାନ କରିବା ଉଚିତ । ତେବେ ଆସନ୍ତୁ ଗରମ ପାଣିରେ ଗାଧୋଇବାର ଲାଭ ଓ କ୍ଷତି ବିଷୟରେ ଜାଣି ରଖିବା ।
ଡାକ୍ତରଙ୍କ ଅନୁଯାୟୀ ଗରମ ପାଣିରେ ଗାଧୋଇଲେ ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ । ମୁଣ୍ଡ ବିନ୍ଧା ଭଲ ହୋଇଥାଏ । ଏହା ସହ ଶରୀରର ହାଡ ଗୁଡିକ ବି ଅଧିକ ଶକ୍ତ ହୋଇଥାଏ । ଯେଉଁ ମାନଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଥାଏ ସେମାନଙ୍କ ପାଇଁ ଗରମ ପାଣି ଖୁବ ଉପକାରୀ ।
କ୍ଷତି:
ଗରମ ପାଣିରେ ଗାଧୋଇବା ଦ୍ୱାରା କେଶ ଓ ତ୍ୱଚାକୁ କ୍ଷତି ପହଂଚି ଥାଏ । ଅତ୍ୟଧିକ ଗରମ ପାଣି ଚୁଟି ଓ ସ୍କିନକୁ ଅଧିକ ଡ୍ରାଏ କରିଦିଏ । କିଛି ଲୋକଙ୍କର କୁଣ୍ଡାଇହେବା ଓ ଲାଲ ପଡିଯିବା ପରି ସମସ୍ୟା ଦେଖାଦିଏ । ଆଉ ଅଧିକ ଗରମ ପାଣିରେ ସ୍ନାନ କଲେ ଶରୀରର ପ୍ରାକୃତିକ ତୈଳ ବି କ୍ଷତିଗ୍ରସ୍ତ ହୋଇଥାଏ । ଆଲର୍ଜି ଓ ଇନଫେକ୍ସନ ପରି ସମସ୍ୟା ଦେଖାଦିଏ । ଏକ ଗବେଷଣାରୁ ଜଣା ପଡିଛିଯେ ଗର୍ଭବତୀ ମହିଳା ମାନଙ୍କ ପାଇଁ ଗରମ ପାଣି ସୁରକ୍ଷିତ ନୁହେଁ । ଏହାଦ୍ୱାରା ପେଟରେ ବଢୁଥିବା ଶିଶୁର ମସ୍ତିସ୍କ ଓ ହାଡ ପ୍ରଭାବିତ ହୋଇଥାଏ । ଏମିତିକି ପୁରୁଷଙ୍କ ପ୍ରଜ୍ଜନ କ୍ଷମତା କମିଯାଏ ।
କେମିତି ରହିବେ ସାବଧାନ:
– ଅଧିକ ଗରମ ବଦଳରେ ସବୁବେଳେ ନଖ ଉଷୁମ ପାଣିରେ ଗାଧାଊନ୍ତୁ ।
– ପାଣିର ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହେବା ଉଚିତ ନୁହେଁ ।
– ଗରମ ପାଣିରେ ଅଧା ଘଣ୍ଟାରୁ ଅଧିକ ସମୟ ସ୍ନାନ କରନ୍ତୁ ନାହିଁ ।
– ପିଲାଙ୍କ ଗାଧୋଇବା ପାଣି ୩୭ ରୁ ୩୮ ଡିଗ୍ରୀରୁ ଅଧିକ ନହେବା ଦରକାର ।