କେଶ ପାଇଁ ରସୁଣର ଆବଶ୍ୟକତା

  ନାରୀ ସୁନ୍ଦର ଦେଖାଯାଏ ତାର କେଶରୁ।ସବୁ ନାରୀ ଚାହାଁନ୍ତି  ସୁନ୍ଦର, ଘନ,ଲମ୍ବା କେଶ।ନାରୀମାନେ ଏସବୁ ପାଇଁ ରସୁଣ ବ୍ୟବହାର କରନ୍ତୁ।

ରସୁଣ ପେଷ୍ଟ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହାପରେ ଏହାକୁ ଧୋଇ ଦିଅନ୍ତୁ। ଏହା କେଶ ପାଇଁ ଖୁବ ଉତ୍ତମ ଅଟେ। ଏହାକୁ ସପ୍ତାହକୁ ଥରେ ନିଶ୍ଚୟ ଲଗାନ୍ତୁ।

୨ଚାମଚ ମହୁରେ ୩ ଚାମଚ ରସୁଣ ପେଷ୍ଟ ମିଶାଇ କେଶ ମୂଳରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ସାମ୍ପୁରେ ଧୋଇ  ଦିଅନ୍ତୁ। ଏହାକୁ ସପ୍ତାହକୁ ୨ ଥର ଲଗାନ୍ତୁ।

୨ ଚାମଚ ଘିଅକୁଆଁରୀ ରସରେ ୩ ଚାମଚ ରସୁଣ ପେଷ୍ଟ ମିଶାଇ ଏହାକୁ କେଶର ମୂଳରେ ଲଗାନ୍ତୁ। ଏହାପରେ ଏହାକୁ ୧୫ ରୁ ୨୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ କେଶକୁ ଧୋଇ ଦିଅନ୍ତୁ। ଏହା ରୂପିକୁ ସମ୍ପୂର୍ଣ୍ଣ ଦୂର କରିଥାଏ।

୧ ଚାମଚର ରସୁଣ ରସରେ ୨ ଚାମଚ ସେଓର ରସ  ମିଶାଇ ଏହାକୁ କେଶ ମୂଳରେ ଲଗାଇ ୨୦ ମିନିଟ ରଖନ୍ତୁ। ଏହା ପରେ ସାମ୍ପୁରେ ଧୋଇ ଦିଅନ୍ତୁ। ଏହା ମଧ୍ୟ କେଶରୁ ରୂପି ଦୂର କରିଥାଏ।

ରସୁଣ ପେଷ୍ଟ ଓ ଲେମ୍ବୁ ରସକୁ କେଶର ମୂଳରେ ଲଗାନ୍ତୁ। ଏହାକୁ ୧୫ ରୁ ୨୦ ମିନିଟ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ରୂପି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

Spread the love