ଗରୁଡ ପୁରାଣରେ ବର୍ଣ୍ଣିତ, ଏହି ୪ କାମ ଆପଣଙ୍କୁ ପହଁଚାଇଦେବ ମୃତ୍ୟୁ ମୁଖରେ

ମହାପୁରାଣ କୁହାଯାଉଥିବା ଗରୁଡ ପୁରାଣରେ ଜୀବନ ଏବଂ ମୃତ୍ୟୁ ବିଷୟରେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି। ଏଥିରେ ଭଲ ଜୀବନ, ଶାନ୍ତ ଏବଂ ସହଜ ମୃତ୍ୟୁ ପାଇବା ଠାରୁ ନେଇ ମରିବା ପରେ ଆତ୍ମା ସହିତ ହେଉଥିବା ବ୍ୟବହାରକୁ ନେଇ ଅନେକ କଥା ବିସ୍ତତ ଭାବରେ କୁହାଯାଇଛି। ଗରୁଣ ପୁରାଣ ମୁତାବକ ବ୍ୟକ୍ତି ଯଦି ଲମ୍ବା ଏବଂ ଭଲ ଜୀବନ ଚାହୁଁଛନ୍ତି ତାହେଲେ କିଛି କାମକୁ କରିବା ଉଚିତ। ନଚେତ ଏହି କାମ ଆପଣଙ୍କୁ ମୃତ୍ୟୁର ପଥରେ ଛିଡା କରିଦେବ। ଏହି କାମ ସାମାନ୍ୟ ଲାଗୁଥିଲେ ବି ଏହାର ପରିଣାମ ବହୁତ ଖତରନାକ ହୋଇଥାଏ। ବ୍ୟକ୍ତି ନିଜ ଜୀବନ ପର୍ଯ୍ୟନ୍ତ ଏମିତି କିଛି କାମ କରିବସେ ଯାହା ସେମାନଙ୍କୁ ଭାରି ପଡିଯାଏ। ତେଣୁ ଗରୁଡ ପୁରାଣ ଅନୁଯାୟୀ ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି ତାହେଲେ କିଛି କାମ କରିବା ଠାରୁ ନିବୃତ୍ତ ରୁହନ୍ତୁ।

ଯଦି କାହାର ଅନ୍ତିମ ସଂସ୍କାରରେ ଯାଉଛନ୍ତି ତାହେଲେ ସେଠାରେ ଅଧିକ ସମୟ ପର୍ଯ୍ୟନ୍ତ ରୁହନ୍ତୁ ନାହିଁ। ମୃତ ଦେହ ସମ୍ପର୍କରେ ଅଧିକ ସମୟ ଧରି ରହିବା ଆପଣଙ୍କୁ ଭାରି ପଡିପାରେ। କାହିଁକିନା ଶବରେ ଅନେକ ବ୍ୟାକ୍ଟେରିୟା ସୃଷ୍ଟି ହୋଇଯାନ୍ତି ଏବଂ ଅନ୍ୟ ମାନଙ୍କୁ ସଂକ୍ରମିତ କରିପାରେ। ତେଣୁ ରୋଗରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ଯଦି ତାହେଲେ ଏହି ମାମଲାରେ ସାବଧାନ ରୁହନ୍ତୁ। ଅନ୍ତିମ ସଂସ୍କାରରୁ ଫେରିବା ପରେ ସ୍ନାନ କରନ୍ତୁ ଏବଂ ପିନ୍ଧା ବସ୍ତ୍ରକୁ ଭଲଭାବେ ଧୋଇ ଦିଅନ୍ତୁ

କେବେବି ବାସୀ ମାଂସ ଖାଆନ୍ତୁନାହିଁ। ଏହା ଅନେକ ରୋଗକୁ ଘେରି ନିଏ। ତେଣୁ ବାସି ମାଂସ ଖାଆନ୍ତୁ ନାହିଁ ଏହା ଆପଣଙ୍କ ଜୀବନ ଉପରେ ବିପଦ ସାଜିପାରେ।

ରାତି ସମୟରେ ଦହି ଖାଇବା ଅନେକ ରୋଗକୁ ନିମନ୍ତ୍ରଣ କରିଥାଏ। ସାଧାରଣତଃ ଏହାଦ୍ୱାରା ହେଉଥିବା କ୍ଷତିକୁ ଲୋକ ଗମ୍ଭୀରତାରେ ନେବା ଉଚିତ। ତେଣୁ ରାତିରେ ଦହି ଖାଇବା ଠାରୁ ଦୂରେଇ ରୁହନ୍ତୁ। ନଚେତ ଅନେକ ରୋଗକୁ ନିମନ୍ତ୍ରଣ କରିପାରନ୍ତି।

ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଶରୀର ପାଇଁ କ୍ଷତିକାରକ ସାଜିପାରେ। ସୁସ୍ଥ ଜୀବନ ପାଇଁ ସୁସ୍ଥ ଫୁସଫୁସ ଆବଶ୍ୟକ। ଏଥିପାଇଁ ସକାଳର ତାଜା ପବନରେ ବ୍ୟାୟାମ କରନ୍ତୁ। ନଚେତ ଅଧିକ ସମୟ ଧରି ଶୋଇ ରହିବା ଅଭ୍ୟାସ ଆପଣଙ୍କ ଶରୀରରେ ଅନେକ ରୋଗରେ ଘେରିଦେବ।

Spread the love