ଗ୍ୟାସ ଲିକ ହୋଇ ଜଳିଗଲେ ନାବାଳକ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶଙ୍କରା ଗାଁରେ ଅଘଟଣ । ଗ୍ୟାସ ଲିକ୍ ହୋଇ ଜଣେ ନାବାଳକ ମୃତକ । ମୃତ ହେଲେ ଶଙ୍କରା ଗାଁର ୧୦ ବର୍ଷୀୟ ବାବୁସାନ ଗୁଦୁରିଆ I ଘରେ ରୋଷେଇ କରିବା ପାଇଁ ପରିବାର ଲୋକେ ଗ୍ୟାସ୍ ଟାଙ୍କି ଅନ କରିଥିବା ସମୟରେ ହଠାତ ଗ୍ୟାସ ଟାଙ୍କିରୁ ନିଆଁ ଲାଗିଯାଇଥିଲା । ତେବେ ନାବାଳକଟି ସେଠି ଛିଡାହୋଇଥିବାବେଳେ ଜୀବନ୍ତ ଜଳିଯାଇଥିଲେ ।

ପରିବାର ଲୋକେ ନାବାଳକକୁ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ବାଟରେ ତାର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର । ପରେ ଡାକ୍ତର ମୃତଦେହ ବ୍ୟବଚ୍ଛେଦ ନକରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରିବାର ଲୋକେ ଗାଁ ମଶାଣୀରେ ଶବ ସତ୍କାର କରିବାକୁ ଯିବା ସମୟରେ ପୋଲିସ ଆସି ସେମାନଙ୍କୁ ବାଧା ଦେଇଥିଲେ । ଏହାସହ ବ୍ୟବଛେଦ ପାଇଁ ପୁଣି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

Spread the love