ରନ୍ଧନ ଗ୍ୟାସ ବୃଦ୍ଧି ପ୍ରତିବାଦରେ ନୀଳଗିରି ବିଜେଡିର ବିକ୍ଷୋଭ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ନୀଳଗିରି, ୨୨|୧୧ :  ରନ୍ଧନ ଗ୍ୟାସ୍‌ ଦର ଅହେତୁକ ଭାବେ ବୃଦ୍ଧି ପାଉଛି। କେନ୍ଦ୍ର ସରକାରଙ୍କ ଦୁର୍ବଳ ଅର୍ଥନୈତିକ ପରିଚାଳନା ଯୋଗୁଁ ଏଭଳି ହେଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଏହି ପରିପ୍ରେକ୍ଷୀରେ ସୋମବାର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି ।

ସୋମବାର ପ୍ବର୍ବାହ୍ନ ୧୧ଟା ସମୟରେ ଶତାଧିକ ଯୁବ ,ଛାତ୍ର ଓ ମହିଳା ବିଜେଡି କର୍ମୀ ମାନେ ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ତତ୍ୱବଧାନରେ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଏକ ବିଶାଳ ପଟୁଆରରେ  ବାହାରିଥିଲେ  । ଏହାପରେ ନୀଳଗିରି  ବ୍ଲକ ଆଗରେ ପଟୁଆର ପହଁଞ୍ଚିଥିଲା । ଅଫିସ ସମ୍ମୁଖରେ ରନ୍ଧନ ଗ୍ୟାସ୍‌ ପ୍ରସଙ୍ଗରେ ବିଜେପିକୁ  ଟାର୍ଗେଟ୍‌ କରି ବିଭିନ୍ନ ସ୍ଲୋଗାନ ଦେଇ ପ୍ରତିବାଦ ସଭା କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।  ରନ୍ଧନ ଗ୍ୟାସ୍‌ ଦର ନ କମିବା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଉପାୟରେ ବିରୋଧ କରାଯିବ ବୋଲି ଉଭୟ ଛାତ୍ର ଓ ଯୁବନେତା ,ମହିଳା ନେତ୍ରୀମାନେ ଚେତାବନୀ ଦେଇଥିଲେ।

ଏହି ବିକ୍ଷୋଭ ପ୍ରଦର୍ଶନରେ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ, ରାଜ୍ୟ ଯୁଗ୍ମ ସମ୍ପାଦକ ଗତିକୃଷ୍ଣ ନନ୍ଦ, ବ୍ଲକ ସଭାପତି ବିଜୟ କୁମାର ଲେଙ୍କା, ଏନଏସି ସଭାପତି ରବିନ୍ଦ୍ର ପରିଡା, ଦୁଇ ନମ୍ବର ଜୋନ  ଜିଲ୍ଲା ପରିଷଦ ସଭ୍ୟ ଶୁଭେନ୍ଦୁ ଶେଖର ଜେନା, ରାଜ୍ୟ ମହିଳା ବିଜେଡିର ସାଧାରଣ ସମ୍ପାଦକା ସୁନତି ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Spread the love