ଗ୍ୟାସ୍‍ ଦର ବୃଦ୍ଧି ନେଇ ରାଜଧାନୀରେ ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଆଜି ଛାତ୍ର କଂଗ୍ରେସ ରାଜଧାନୀରେ ରନ୍ଧନ ଗ୍ୟାସ୍‍ ଦରବୃଦ୍ଧି ପ୍ରତିବାଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତଳିକା ଦାହ କରିଛି। ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଉଥିବା ବେଳେ ପୁଲିସ୍‍ ସେମାନଙ୍କ ରାସ୍ତା ଅବରୋଧ କରିଥିଲା।ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଛନ୍ତି ଯେ, ଗ୍ୟାସ୍‍ ଦର ବୃଦ୍ଧି କରି ପ୍ରଧାନମନ୍ତ୍ରୀ ସିଧାସଳଖ ହାଣ୍ଡିଶାଳରେ ମହଙ୍ଗା ମାଡ଼ କରିଛନ୍ତି। କଂଗ୍ରେସ ସରକାର ୪୦୩ ଟଙ୍କାରେ ଗୋଟିଏ ସିଲିଣ୍ଡର ଦେଉଥିବା ବେଳେ ନରେନ୍ଦ୍ର ମୋଦୀ ସରକାର ସିଲିଣ୍ଡିର ପ୍ରତି ୧ ହଜାର ୫୦ ଟଙ୍କା ନେଉଛନ୍ତି। ଗ୍ୟାସ୍‍ ଦର କମାଇବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀ ଶାସନକୁ ଆସିବା ପରେ ରନ୍ଧନ ଗ୍ୟାସ୍‍ ଦର ଆକାଶ ଛୁଆଁ କରିଦେଲେ। ମୋଦୀ ସରକାର ଆଚ୍ଛେଦିନ ନାମରେ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି ବୋଲି ଶ୍ରୀ ନୱାଜ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ରଜତ ଚୌଧୁରୀ, ପ୍ରକାଶ ମିଶ୍ର, ରଣଜିତ ପାତ୍ର, ନିହାର ବେହେରା, ସୁନୀଲ ମାଟିଆ, ରଣଜିତ ସେନାପତି, ମହମ୍ମଦ ଗୁଲଫାମ୍‍, ବଟକୃଷ୍ଣ ରାଉତରାୟ, ସାଗର ପଟ୍ଟନାୟକ, ମହମ୍ମଦ ସମିଉଲ, କାର୍ତିକେଶ୍ୱର କାଣ୍ଡି, ବିଭୂତି ଭୂଷଣ ମହାପାତ୍ର, ବିଶ୍ୱଭୂଷଣ ମହାପାତ୍ର, ସାହାରୁଖ ଖାନ, ଅବିନାଶ ନନ୍ଦ, ଅଜିତ ବାରିକ, ଉଦିତ୍‍ ପ୍ରଧାନ, ନିତେଶ କୁମାର ବେହେରା, ରାଜଦୀପ ବେହେରା ପ୍ରମୁଖ ସାମିଲ୍‍ ଥିଲେ।

Spread the love