ଶସ୍ତା ହେଲା ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ :ଋଷ ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଶରେ ଦର ଦାମ ବୃଦ୍ଧି ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ ବହୁତ ହ୍ରାସ ଘଟିଛି। ଜୁନ୍‌ ୧ ଠାରୁ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ ସିଲିଣ୍ଡର ପିଛା ୧୩୫ ଟଙ୍କା ହ୍ରାସ କରାଯାଇଛି। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍‌ କମାଇଛନ୍ତି। କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୨୨୧୯ ଟଙ୍କାରେ ଉପଲବ୍ଧ ହେବ। ପୂର୍ବରୁ ଏହା ୨୩୫୪ ଟଙ୍କା ଥିଲା। କୋଲକାତାରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨୩୨୨ ଟଙ୍କା, ମୁମ୍ବାଇରେ ୨୧୭୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨୩୭୨ ଟଙ୍କାରେ ଉପଲବ୍ଧ ହେବ।ଘରୋଇ ଗ୍ୟାସ ସିଲିଣ୍ଡର ଏବଂ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍‌ ମେ ୧୯ ରେ ବୃଦ୍ଧି କରାଯାଇଥିଲା। ମେ ମାସରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦୁଇଥର ବୃଦ୍ଧି ହୋଇଥିଲା। ମେ’ରେ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ସହିତ ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍‌ ବଢ଼ିବା ପରେ ଆଶା କରାଯାଉଥିଲା ଜୁନ ୧ ରେ ତୈଳ କମ୍ପାନୀ ଗ୍ୟାସ ସିଲିଣ୍ଡରର ଦାମ୍‌ରେ ସଂଶୋଧନ କରିବେ। ତୈଳ କମ୍ପାନୀଗୁଡିକ ମାସରେ ଦୁଇଥର ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ୍‌ ସଂଶୋଧନ କରିଥାନ୍ତି। ପ୍ରଥମ ସଂଶୋଧନ ମାସ ଆରମ୍ଭରେ ହେଉଥିବାବେଳେ ଦ୍ୱିତୀୟ ସଂଶୋଧନ ମାସର ମଧ୍ୟଭାଗରେ ହୋଇଥାଏ ।

Spread the love