ଗ୍ୟାଷ୍ଟ୍ରିକ କାରଣରୁ ମୁଣ୍ଡ ବିନ୍ଧୁଥିଲେ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ସମୟରେ ଏସିଡିଟି ,ଗ୍ୟାଷ୍ଟ୍ରିକ ସଭିଁଙ୍କ ପାଇଁ ବିରାଟ ସସମ୍ୟା ପାଲଟିଥାଏ। କିଛି ଲୋକଙ୍କ ଅମ୍ଳ ଦୋଷ କାରଣରୁ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ। ମୁଣ୍ଡରେ ହେଉଥିବା ଏହି ଯନ୍ତ୍ରଣାକୁ ଗ୍ୟାଷ୍ଟ୍ରିକ ମୁଣ୍ଡବିନ୍ଧା (Gastric Headache) ମଧ୍ୟ କୁହାଯାଇଥାଏ।
ଗବେଷଣାରୁ ଜଣାପଡିଛି, ଅନେକ ଥର ଲୋକଙ୍କ ପେଟରେ ଗ୍ୟାଷ୍ଟ୍ରିକ କୋଷ୍ଠକାଠିନ୍ୟ,ଅଧିକ ସମୟ ଯାଏଁ ଉପାସ ରହିବା, ଏକ ପ୍ରକାର ବ୍ୟାକ୍ଟେରିଆ ସଂକ୍ରମଣ ଆଦି କାରଣରୁ ମୁଣ୍ଡ ଭୀଷଣ ବିନ୍ଧା ହୋଇଥାଏ।ତେବେ ଏଭଳି ସମସ୍ୟା ଲାଗି ରହୁଥିଲେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।ଆସନ୍ତୁ ଜାଣିବା…

ଗ୍ୟାଷ୍ଟ୍ରିକ କାରଣରୁ ମୁଣ୍ଡ ବିନ୍ଧା ହେଉଥିଲେ, ଏକ ତଉଲିଆରେ ଅଳ୍ପ ବରଫ ଖଣ୍ଡ ରଖି ୧୫ ମିନିଟ୍‍ ଯାଏଁ ମୁଣ୍ଡରେ ହାଲକା ଭାବେ ମାଲିସ କରିବା ସହ ରଖନ୍ତୁ।

ଅଦାରେ ଆଣ୍ଟିଅକ୍ସିଡ଼ାଣ୍ଟ ଓ ଆଣ୍ଟି-ଏନଫ୍ଲେମେଟୋରୀ ଗୁଣ ଭରପୁର ମାତ୍ରାରେ ରହିଥାଏ,ଯାହା ଗ୍ୟାଷ୍ଟ୍ରିକରୁ ମୁକ୍ତି ଦେଇଥାଏ।

ଏକ କପରେ ଅଦା,ଜୁଆଣୀ,ତୁଳସୀ ଆଦି ମିଶାଇ ଚା’ ପ୍ରସ୍ତୁତ କରି ପିଅନ୍ତୁ। ଆରାମ ଅନୁଭବ ହୋଇଥାଏ।

ପାନମଧୁରୀ ପାଣି – ଏକ ଗ୍ଲାସ ପାଣିରେ ଏକ ଚାମଚ ପାନମଧୁରୀ ପକାଇ ୩ ରୁ ୫ ମିନିଟ ଯାଏଁ ଫୁଟାନ୍ତୁ। ଏହାକୁ ଚା’ଭଳି ପିଅନ୍ତୁ। ଏହାଦ୍ୱାରା ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ।

ଏକ ଗ୍ଲାସ ଥଣ୍ଡା କ୍ଷୀର ପିଇବା ଦ୍ୱାରା ମଧ୍ୟ ଏସିଡିଟି ଦୂର ହୋଇଥାଏ। ଏଥିରେ ଥିବା କ୍ୟାଲସିୟମ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଏସିଡିଟି ପ୍ରଭାବକୁ କମ୍‍ କରିଥାଏ। ଗ୍ୟାଷ୍ଟ୍ରିକ ହେବାକୁ ଦେଇନଥାଏ।

Spread the love