ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକଦେଲା ଆଇଏସ୍‌ଆଇଏସ୍‌ କାଶ୍ମୀର’

ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମିଳିଛି ହତ୍ୟା ଧମକ। ବାସ୍ତବରେ, ଗମ୍ଭୀର ଦିଲ୍ଲୀ ପୋଲିସ ସହ ଯୋଗାଯୋଗ କରି କହିଛନ୍ତି ଯେ ତାଙ୍କୁ ‘‘ଆଇଏସ୍‌ଆଇଏସ୍‌ କାଶ୍ମୀର’ରୁ ହତ୍ୟା ଧମକ ମିଳିଛି। ଡିସିପି କେନ୍ଦ୍ରୀୟ କହିଛନ୍ତି ଯେ ଏହି ବିଷୟରେ ସୂଚନା ପାଇବା ମାତ୍ରେ ଆମେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛୁ। ଏହା ବ୍ୟତୀତ ସେ କହିଛନ୍ତି ଯେ ସୁରକ୍ଷା ପାଇଁ ଗମ୍ଭୀରଙ୍କ ଘର ବାହାରେ ବୃଦ୍ଧି କରାଯାଇଛି ସୁରକ୍ଷା ବ୍ୟବସ୍ଥା।

ଦିଲ୍ଲୀ ସେଣ୍ଟ୍ରାଲ୍ ଡିସିପିଙ୍କ ନିକଟକୁ ପଠାଇଥିବା ଚିଠିରେ ଗମ୍ଭୀର ଦର୍ଶାଇଥିଲେ ଯେ ସେ ‘ଆଇଏସ୍‌ଆଇଏସ୍‌ କଶ୍ମୀର’ରୁ ଏକ ଇ-ମେଲ୍‌ ପାଇଛନ୍ତି। ଏଥିରେ ତାଙ୍କୁ ଓ ତାଙ୍କ ପରିବାରକୁ ମାରି ଦିଆଯିବ ବୋଲି ଲେଖା ହୋଇଛି। ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହିତ ତାଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ କହିଥିଲେ।

ଏହା ପୂର୍ବରୁ ମଧ୍ୟ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଥିଲା। ୨୦୧୯ ଡିସେମ୍ବର ମାସରେ ଏକ ଅନ୍ତର୍ଜାତୀୟ ନମ୍ବରରୁ ତାଙ୍କୁ ଏକ ହତ୍ୟା ଧମକ ଦିଆଯାଇଥିଲା। ଏନେଇ ସେ ଦିଲ୍ଲୀ ପୋଲିସକୁ ଜଣାଇଥିଲେ। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ବଡ଼ଭାଇ ସମ୍ବୋଧିତ କରିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ କଡ଼ା ସମାଲୋଚନା କରିଥିଲେ ଗମ୍ଭୀର।

Spread the love