ହଟିଲା ରାସ୍ତା ଅବରୋଧ, ଗାୟତ୍ରୀ ର ରାସ୍ତା କାମ ଆରମ୍ଭ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ଗାୟତ୍ରୀ ଅଫିସ କୁ ବାଡ଼ ବନ୍ଦୀ କରିବା ସହ ରାସ୍ତା ଖୋଳି ୩ ଦିନ ଧରି ରାସ୍ତା ଅବରୋଧ କରିଥିଲେ କ୍ଷତିଗ୍ରସ୍ତ ଲୋକେ  । କେଉଁ ଉଦ୍ଧେଶ୍ୟରେ ରାଷ୍ଟ୍ରର ହିତ ପାଇଁ କରୁଥିବା କମ୍ପାନୀ ର କାମକୁ ବିରୋଧ। ରାସ୍ତା ଅବରୋଧ ଫଳରେ ଅନୁଗୋଳ — ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣରେ ବାଧା ସୃଷ୍ଟି ହେଉଛି।
ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣର କାମ ନେଇଥିବା ଘରୋଇ ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ଼ କମ୍ପାନୀର ଜରପଡା ଠାରେ ଥିବା କମ୍ପାନୀର ପ୍ରବେଶ ମୁଖ୍ୟ ପଥକୁ ବାଡ଼ ବନ୍ଦୀ କରି ରାସ୍ତା ଖୋଳି ଅବରୋଧ କରିଥିଲେ କ୍ଷତିଗ୍ରସ୍ତ । ଗତ ବୁଧବାର ଠାରୁ ରାସ୍ତା ଅବରୋଧ ଫଳରେ ୩ ଦିନ ଧରି କମ୍ପାନୀ ର କାମ ହୋଇପାରୁନଥିଲା। ନା କର୍ମଚାରୀ ବାହାରକୁ ଆସି ପାରୁଥିଲେ ନା ରାସ୍ତା କାମ ସମ୍ପ୍ରସାରଣ ହୋଇପାରୁଥିଲା।ରାଷ୍ଟ୍ର ର ହିତ ଉଦ୍ଦେଶ୍ୟରେ ହେଉଥିବା ରାସ୍ତା କାମ କୁ ବନ୍ଦ କରିବାର ଅଧିକାର କାହାର ନାହିଁ।ଗାୟତ୍ରୀ ଅଫିସ ର ମୁଖ୍ୟ ରାସ୍ତା ସହ ସନ୍ତୋଷ ନାଏକ ଙ୍କ ଜାଗା ସଂଯୋଗ କରୁଛି ଯାହାଫଳରେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରାଯାଇଛି।
ଯାହାଦ୍ୱାରା କମ୍ପାନୀର କୋଟି କୋଟି ଟଙ୍କା କ୍ଷତି ହେବା ସହ କମ୍ପାନୀର କର୍ମଚାରୀ କାମ କରିପାରୁନଥିବାରୁ ଅନୁଗୁଳ ସମ୍ବଲପୁର ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ବାଧା ସୃଷ୍ଟି ହେଉଛି।
ସେପଟେ କମ୍ପାନି କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ସନ୍ତୋଷ ଙ୍କ ଭାଇ ଙ୍କ ସହ ୩ ଏକର ରୁ ଅଧିକ ଜାଗାକୁ ୨୦୧୬ ନଭେମ୍ବର 5ତରିଖ ଠାରୁ   ୫ ବର୍ଷିଆ ଲିଜ ସୂତ୍ରରେ ନେଇଥିବା କହିଛନ୍ତି। ଚୁକ୍ତିନାମା ସମୟରେ ସନ୍ତୋଷ ଉପସ୍ଥିତ ନରହି କମ୍ପାନୀକୁ ଅଯଥା ହଇରାଣ କରିବା ସହ ରାଷ୍ଟ୍ରର ହିତ ଉଦ୍ଧେଶ୍ୟରେ ହେଉଥିବା ରାସ୍ତା କାମ କୁ ବନ୍ଦ କରିବା ବେଆଇନ ବୋଲି ଅଭିଯୋଗ ଆଣିଛି କମ୍ପାନୀ ।
 ସେପଟେ ପୁଲିସ  ପ୍ରସାଶନ, କମ୍ପାନୀ ଓ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ ମଧ୍ୟ ବିଫଳ ହୋଇଥିଲା। ଏବେ ପ୍ରଶ୍ନ ଉଠୁଛି ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ହେଉଥିବାକୁ କାମକୁ ବିରୋଧ ଯୋଗୁଁ ରାସ୍ତା କାମ ରେ ବାଧା ଉପୁଜୁଛି।।ବହୁ ଚେଷ୍ଟା ପରେ ପୁଲିସ ସହାୟତାରେ ବାଡ଼ବନ୍ଦୀ ହଟାଯାଇଛି ପରେ ରାସ୍ତା କାମ ଆରମ୍ଭ ହୋଇଥିବା ଜଣାପଡିଛି।ରାଷ୍ଟ୍ର ର ହିତ ଉଦ୍ଧେଶ୍ୟରେ ହେଉଥିବା ରାସ୍ତା କାମ କୁ ପ୍ରତିବନ୍ଧକ ନ କରି ବୁଝାମଣା କିମ୍ବା ନ୍ୟାୟାଳୟରେ ଫଇସଲା କରାଯିବାର ପରାମର୍ଶ ଦିଆଯିବା ସହ ପୋଲିସ ସହାୟତାରେ ବାଡ଼ ବନ୍ଦୀ ହଟାଯାଇଛି।
 
 
Spread the love