ଘୁଷୁରି ଘୁଷୁରି ଯାଇ କାଳିଆ ଦର୍ଶନ କଲେ ଗୀତଞ୍ଜଳି ପଣ୍ଡା

ଚାଲିବା ତ ଦୂରର କଥା ନିଜ ଗୋଡରେ ଛିଡା ହେବା ମଧ୍ୟ ତାଙ୍କ ପାଇଁ ଅସମ୍ଭବ । ତଥାପି ସେ ହାର ମାନିନାହାନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଘୁଷୁରି ଘୁଷୁରି ଶ୍ରୀମନ୍ଦିର ଆସିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ମିଳିଗଲା ପରେ ସବୁ କଷ୍ଟ ଦୂର ହେଇଗଲା ବୋଲି କହିଛନ୍ତି । ବ୍ରହ୍ମପୁର ଗୁରୁଣ୍ଡି ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ଅଞ୍ଚଳର ଏ ହେଉଛନ୍ତି ଦିବ୍ୟାଙ୍ଗ ଭକ୍ତ ଗିତାଞ୍ଜଳି ପଣ୍ଡା ।ଗତ ତିନିଦିନ ଧରି ଶ୍ରୀମନ୍ଦିର ବନ୍ଦ ଥିବାରୁ ଗୀତାଞ୍ଜଳି ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଛନ୍ତି । ବିଶ୍ବକୁ କରୋନା ମୁକ୍ତ ସହ ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତଙ୍କର ମଙ୍ଗଳକାମନା ନେଇ ଗୀତାଞ୍ଜଳି ପ୍ରାର୍ଥନା କରିଛନ୍ତି । ତେବେ ପିଲା ବେଳୁ ଦୁଇ ଗୋଡରେ ଛିଡା ହେବା ତ ଦୂରର କଥା ଚାଲିନପାରିଲେ ମଧ୍ୟ ଆଜି ଘୁଷୁରିି ଘୁଷୁରି ଆସି ମହାପ୍ରଭୁଙ୍କ ଦର୍ଶନ ପାଇ ଗୀତାଞ୍ଜଳି ବେଶ୍ ଭାବ ବିହ୍ୱଳ ହୋଇପଡିଛନ୍ତି।

Spread the love