ଦେଶର ପ୍ରଥମ ଏମଆରଏନଏ କରୋନା ଟିକା ‘ଯେମୋଭାକ’କୁ ଅନୁମୋଦନ

ଡେସ୍କ: କରୋନା ବିରୋଧରେ ଭାରତର ପ୍ରଥମ ସ୍ୱଦେଶୀ ବିକଶିତ ଏମଆରଏନଏ ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ ଡିସିଜିଆଇର ପୁଣେ ସ୍ଥିତ ଏମ୍ କିୟୁର ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର ସହାୟକ କମ୍ପାନୀ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଘୋଷଣା କରିଛି ଯେ କରୋନା ବିରୁଦ୍ଧରେ ଏହାର ଏମଆରଏନଏ ଟିକା ‘ଯେମୋଭାକ’ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲଙ୍କ କାର୍ଯ୍ୟାଳୟରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ହାସଲ କରିଛି। ଏହା ହେଉଛି ଭାରତରେ ବିକଶିତ ହୋଇଥିବା ପ୍ରଥମ ଏମଆରଏନଏ ଟିକା ଏବଂ ବିଶ୍ୱର ତୃତୀୟ ଏମଆରଏନଏ ଟିକା।  ଏହା ବଜାରରେ GEMCOVAC ନାମରେ ବିକ୍ରି ହେବ ଏବଂ ଶୀଘ୍ର ବଜାରକୁ ଆସିବା ବୋଲି ସୂଚନା ମିଳିଛି। ଏହି ଟିକା ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉପଲବ୍ଧ ହେବ। ୨୮ ଦିନ ବ୍ୟବଧାନରେ ଇଞ୍ଜେକ୍ସନ ଭାବରେ ଏହାର ଦ୍ଵିତୀୟ ଡୋଜ୍ ଟିକା ଦିଆଯିବ। ଏହି ଟିକାଗୁଡ଼ିକ ସେଲ୍ ସାଇଟୋପ୍ଲାଜମ ଭିତରେ ଥିବା ପ୍ରୋଟିନ୍ ଉପରେ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବାର କ୍ଷମତା ଥିବା କୁହାଯାଇଛି। ଏହି ଟୀକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ସାରିଥିବା ଜଣାପଡିଛି।

Spread the love