ସମଲିଙ୍ଗୀ ଅାଇନ ତାଲିମ ଶିବିର

ଅନୁଗୋଳ: (ବିକାଶ ଚନ୍ଦ୍ର ସାହୁ ): ଆଇନ ଉପରେ ଜ୍ଞାନ ସମସ୍ତ ଜନସାଧାରଣ   ରଣଆହରଣ କରିବା ନିତ୍ୟାନ୍ତ ଜରୁରୀ ।ସେହିପରି ସମଲିଙ୍ଗୀ ଉପରେ ଅାଇନ ନଜାଣିଲେ ବିଭିନ୍ନ କାର୍ଯ୍ୟରେ  ବିଘ୍ନ ଘଟିବ । ଅାଇନ ଜାଣିବା ଦ୍ୱାରା ଅାମେ ସଚେତନ ହେଲେ ଅନ୍ୟକୁ ସଚେତନ କରିବା ।   ଅନୁଗୋଳ ଜିଲ୍ଲା ନ୍ୟାୟାଳୟ ଠାରେ ଜିଲ୍ଲା ଅାଇନ ସେବା କର୍ମକର୍ତ୍ତାଙ୍କ ଦ୍ୱାରା ସମଲିଙ୍ଗୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଜିଲ୍ଲା ଅାଇନସେବା ପ୍ରାଧିକରଣର ସଂପାଦିକା ଅଭିନନ୍ଦିତା ପଣ୍ଡା ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ଜିଲ୍ଲା ଅାଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ତଥା ଜିଲ୍ଲା ନ୍ୟାୟଧୀଶ     ଅଶାନ୍ତ  କୁମାର ଦାଶ ଯୋଗଦେଇ ଅାଇନ ସମସ୍ତ ଜାଣିବା ପାଇଁ ପରାମର୍ଶ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ଭିଜିଲାନ୍ସ ଜଜ ରୁପଶ୍ରୀ ଚୌଧୁରୀ,  ଜିଲ୍ଲା ଅତିରିକ୍ତ ନ୍ୟାୟାଧୀଶ ସୁରେଶ ପ୍ରଧାନ, ଅନ୍ୟାନ୍ୟ ଅତିଥି ଭାବେ   ଅର୍ଜିତ ଦାଶ, ଚରଣ ଜେନା, ତାରିଣୀ ପ୍ରସାଦ ସାହୁ ଙ୍କ ସହ ୪୦ ଜଣ ସମଲିଙ୍ଗୀ , ସ୍ଵେଚ୍ଛାସେବୀ , ପାରାଲିଗାଲ ଭଲାଣ୍ଟିୟର ଯୋଗଦେବା ସହ ଜିଲ୍ଲା ଆଇନ ପ୍ରାଧିକରଣ ର କର୍ମକର୍ତ୍ତା ଓ ଅନ୍ୟାନ୍ୟ କର୍ମକର୍ତ୍ତା ତାଲିମ ଶିବିରକୁ ସହଯୋଗ କରିଥିଲେ ।

Spread the love