ଭୁବନେଶ୍ୱରରେ ସାତଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି, ଜାଗା ତାଲିକା ପ୍ରଦାନ କଲା ସାଧାରଣ ପ୍ରଶାସନ

ଭୁବନେଶ୍ୱରରେ ସାତଟି ସ୍ଥାନରେ ବାଣ ବିକ୍ରିକୁ ଅନୁମତି। କମିସନରେଟ ପୋଲିସ, ଅଗ୍ନିଶମ ବିଭାଗ ଆଦିରୁ ଅନୁମତି ମିଳିବା ପରେ ବାଣ ଦୋକାନକୁ ଅନୁମତି ପ୍ରଦାନ କରାଯିବ। ରାଜଧାନୀର ସରକାରୀ ଖାଲି ସ୍ଥାନରେ ଖୋଲିବ ଦୋକାନ। ଏଥିପାଇଁ ଦୋକାନୀଙ୍କୁ ଶହେ ବର୍ଗଫୁଟ ପାଇଁ ପ୍ରତିଦିନ ୧୬୦ ଟଙ୍କା ହିସାବରେ ବିଏମସିକୁ ଭଡ଼ା ଦେବାକୁ ପଡ଼ିବ। ସରକାରୀ ସ୍ଥାନର ସାମୟିକ ବ୍ୟବହାର ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଗାଡ଼କଣ ଠାରେ ଶବରସାହି ମେଲଣ ପଡ଼ିଆ, ବମିଖାଲରେ ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରା ଠାରେ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀମଗରରେ ୟୁନିଟ-୧ ସରକାରୀ ହାଇସ୍କୁଲ ପଛପାଖରେ ବିକ୍ରି ହେବ ବାଣ। ସେହିପରି ଲକ୍ଷ୍ମୀସାଗରରେ ଲକ୍ଷ୍ମୀସାଗର ମେଲଣ ପଡ଼ିଆ, ବଡ଼ଗଡ଼ରେ ବଡ଼ଗଡ଼ ଶ୍ମଶାନ ସାମ୍‌ନା ଓ ବିଡିଏ ମାର୍କେଟ ପଛପାଖରେ ଖୋଲିବ ବାଣ ଦୋକାନ।

Spread the love