ପଞ୍ଜାବ ନିର୍ବାଚନ ପୂର୍ବରୁ ସଂଗଠନ ମଜବୁତ କରୁଛି ଗେରୁଆ ଦଳ

ନୂଆଦିଲ୍ଲୀ ୧୨/୧୨: ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କିନ୍ତୁ ଏହା ପୂର୍ବରୁ ଗୁଜବ ଏବେ ପଞ୍ଜାବ ରାଜନୀତିକୁ ସରଗରମ କରିଛି । ଶୁଣିବାକୁ ମିଳିଛି ​​ଯେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂ ବିଜେପିରେ ସାମିଲ ହୋଇପାରନ୍ତି । ତେବେ ହରଭଜନ ଏହକୁ ଖଣ୍ଡନ କରି କହିଛନ୍ତି ଏହା ଗୁଜବ ।

ସୂଚନା ଥାଉକି, ପଞ୍ଜାବ ନିର୍ବାଚନ ପୂର୍ବରୁ ହରଭଜନ ସିଂ ଏବଂ ଯୁବରାଜ ସିଂ ବିଜେପିରେ ଯୋଗ ଦେଇପାରନ୍ତି । ଏହାର ଜବାବ ଦେଇ ହରଭଜନ ସିଂହ କହିଛନ୍ତି ମିଥ୍ୟା ଖବର । ତଥାପି, ଯୁବରାଜଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନି ।

Spread the love