ରନ୍ଧା ଚାଉଳକୁ ଏମିତି ଭାବେ କରନ୍ତୁ ବ୍ୟବହାର, କିଛିଦିନ ଭିତରେ ପାଇଯିବେ ଉଜ୍ଜ୍ୱଳ ତ୍ୱଚା

ଘରେ ବଳକା ଭାତକୁ କେହି କେହି ଫିଙ୍ଗି ଦିଅନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଭାତକୁ ବ୍ୟବହାର କରି କିପରି ତ୍ୱଚାର ସୁନ୍ଦରତା ବଢ଼ାଯାଇ ପାରିବ, ସେ ବିଷୟରେ କହିବୁ। ଆଉ ଏହା ଜାଣିବା ପରେ ଆପଣ ବି ବଳକା ଭାତକୁ ଜମାରୁ ଫିଙ୍ଗିବେ ନାହିଁ। ଖୁବ୍‌ ସହଜ ଉପାୟରେ ଆପଣ ଏଥିରୁ ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇପାରିବେ। ଏହାକୁ ଥରେ ବ୍ୟବହାର କଲେ, କୌଣସି ଦାମୀ ପ୍ରଡକ୍ଟ ବ୍ୟବହାର କରିବା ଭୁଲିଯିବେ। ଆପଣଙ୍କ ଚେହେରାରେ ବୟସର ଛାପ ବି ଆଦୌ ଦେଖାଯିବ ନାହିଁ।
ଏମିତି କରନ୍ତୁ ବ୍ୟବହାର
୧. ଚାଉଳକୁ ଅତି କମ୍‌ରେ ୨ରୁ ୩ ଥର ପାଣିରେ ଧୋଇ ଏହାକୁ ଭଲ ଭାବେ ସଫା କରି ନିଅନ୍ତୁ।

୨. ଏହି ଚାଉଳରେ ପ୍ରେସରରେ ଭାତ ପ୍ରସ୍ତୁତ କରନ୍ତୁ।

୩. ୨/୩ଟି ସିଟି ପରେ ଭାତ ପ୍ରସ୍ତୁତ ହୋଇଯିବ। ଏହାପରେ ଗ୍ୟାସ୍‌ ବନ୍ଦ କରି ଏହାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ।

୪. ଭାତ ଥଣ୍ଡା ହୋଇଗଲେ ଏହାକୁ ମିକ୍ସିରେ ପେଶି ଚକ୍କଣ ପେଷ୍ଟ ପ୍ରସ୍ତୁତ କରନ୍ତୁ।

୫. ଏହି ପେଷ୍ଟରେ ‘ଭିଟାମିନ ଇ’ର କିଛି ବୁନ୍ଦା ପକାନ୍ତୁ।

୬. ପେଷ୍ଟକୁ ଭଲ ଭାବେ ମିକ୍ସ କରି ନିଅନ୍ତୁ ଏବଂ ଏହାକୁ କୌଣସି ଡବା କିମ୍ବା ଜାରରେ ରଖି ଫ୍ରିଜ୍‌ରେ ଷ୍ଟୋର୍‌ କରି ଦିଅନ୍ତୁ।

୭. ଗାଧୋଇ ସାରିବା ପରେ ବଡିରେ ଲୋଶନ ଜାଗାରେ ଏହି ପେଷ୍ଟକୁ ବ୍ୟବହାର କରନ୍ତୁ।

୮. ଏହାକୁ ପ୍ରତିଦିନ ଲଗାଇଲେ ଆପଣଙ୍କ ସ୍କିନ୍‌ ଗ୍ଲୋ କରିବାକୁ ଲାଗିବ।

Spread the love